ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ 

ନୂଆଦିଲ୍ଲୀ: କିମ୍ବଦନ୍ତୀ ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର । ୨୦୨୩ ମସିହା ପାଇଁ ଏହି ପୁରସ୍କାର ପାଇବେ ମୋହନଲାଲ । ଆସନ୍ତା ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚÿିତ୍ର ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏନେଇ  ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ମୋହନଲାଲଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରେ । ତାଙ୍କର ଅତୁଳନୀୟ ଓ ବହୁମୁଖୀ ପ୍ରତିଭା ଏବଂ ନିରନ୍ତର କଠିନ ପରିଶ୍ରମ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଏକ ସୁବର୍ଣ୍ଣ ମାନଦଣ୍ଡ ସ୍ଥାପନ କରିଛି । ଭାରତୀୟ ସିନେମାରେ ତାଙ୍କର ପ୍ରତୀକାତ୍ମକ ଅବଦାନ ପାଇଁ ଏହି ପ୍ରସିଦ୍ଧ ଅଭିନେତା, ନିଦେ୍ର୍ଦଶକ ଓ ପ୍ରଯୋଜକଙ୍କୁ ସମ୍ମାନିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ୍ସରେ କୁହାଯାଇଛି ।
ଗତ ବର୍ଷ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ମସିହା ପାଇଁ ଦାଦାସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା । ଚାରି ଦଶନ୍ଧି ଧରି କ୍ୟାରିଅର ସହିତ ମୋହନଲାଲ ୪୦୦ ରୁ ଅଧିକ କନ୍ନଡ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।  ଚଳଚ୍ଚÿିତ୍ର ଶିଳ୍ପରେ ତାଙ୍କ ଅବଦାନ ପାଇଁ ତାଙ୍କୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୧୯ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବାକୁ ଯାଉଛି ।