ତିବ୍ବତରେ ଭୂକମ୍ପ : ୩୨ ମୃତ, ୩୮ ଗୁରୁତର

 ପଡ଼ୋଶୀ ଦେଶ ନେପାଳ ଏବଂ ତିବ୍ବତରେ ଭିଷଣ ଭୂକମ୍ପ ହୋଇଛି । ତିବ୍ବତରେ ପାଖାପାଖି  32 ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ  ୩୮ ଗୁରୁତର ଥିବା ସୂଚନା ।  ୭.୧ ମ୍ୟାଗନିଚ୍ୟୁଡ୍ ତୀବ୍ରତା ବିଶିଷ୍ଟ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ।   ଭୂକମ୍ପର କେନ୍ଦ୍ର ତିବ୍ବତ ହୋଇଥିବା କାରଣରୁ ଏଥିରେ ସ୍ଥାନୀୟ ଅଞ୍ଚଳରେ ବିଶେଷ କ୍ଷତି ଆକଳନ କରାଯାଉଛି । ସକାଳ ପାଖାପଖି ୬ଟା ୫୨ ମିନିଟରେ ତିବ୍ବତ ସମେତ ନେପାଳର କାଠମାଣ୍ଡୁ ଧାଡିଂ, ସିଦ୍ଧୁପାଲ ଛକ, କାବରେ, ମକବାନପୁର ଏବଂ ଏହାର ଆଖପାଖି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।