ପ୍ରଦୀପ ବନାମ ଅସିତ୍ କିଏ ହେବେ ଭୁବନେଶ୍ୱର କ୍ଲବ ମୁଖିଆ?

 ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଯାଇଛି ଭୁବନେଶ୍ୱର କ୍ଳବ୍ ପାଇଁ ମହାଲଢ଼େଇ  । ଆଜି ଇ-ଭୋଟିଂ ସରିଥିବାବେଳେ ଆସନ୍ତାକାଲି ବାଲାଟ୍ ଭୋଟ୍ ହେବ  । ମୁଖିଆ ଲଢ଼େଇ ପାଇଁ ମଇଦାନରେ ଅଛନ୍ତି ଦୁଇ ହେଭିୱେଟ୍ ଅସିତ୍ ତି୍ରପାଠୀ ଓ ପ୍ରଦୀପ ଜେନା  । ରାଜ୍ୟ ପ୍ରଶାସନର ମୁଖ୍ୟ ହେବାରେ ଉଭୟ ସୌଭାଗ୍ୟ ହାସଲ କରିଛନ୍ତି  । ଅସିତ୍ ଦୁଇଥର ସଭାପତି ରହିଥିବାବେଳେ ଏବେ ତୃତୀୟ ଥର ପାଇଁ ପୁଣି ନିର୍ବାଚନ ଲଢୁଛନ୍ତି  । ସେପଟେ ପ୍ରଦୀପ ଜେନା ପ୍ରଥମ ଥର ପାଇଁ ଭୁବନେଶ୍ୱର କ୍ଳବ ସଭାପତି ପାଇଁ ନିର୍ବାଚନ ଲଢ଼ୁଛନ୍ତି  । ଭୁବନେଶ୍ୱର କ୍ଳବ ହେଉଛି ରାଜ୍ୟର ସବୁଠାରୁ ସମ୍ଭ୍ରାନ୍ତ କ୍ଳବ । ଏହି କ୍ଳବରେ ଆଇଏଏସ, ଆଇପିଏସ, ରାଜନେତା, ପ୍ରତିଷ୍ଠିତ ଶିଳ୍ପପତିମାନେ ସଭ୍ୟ ଅଛନ୍ତି  । ପ୍ରଦୀପ ଜେନାଙ୍କ ପ୍ୟାନେଲରେ ଆଇପିଏସ୍ ଲଳିତ ଦାସ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ପିଭି ମୋହନ, ଅଶୋକ ଚିଞ୍ଚେଲା, ରାଜଦୀପ ମହାନ୍ତି, ପ୍ରକାଶ ମହାନ୍ତି, ମନୋଜ ଲାଠ, ଅକ୍ଷୟ ଖଣ୍ଡେଲୱାଲ ଓ ପି.ଦାସ ଦ୍ଭ ୭ ପୃଷ୍ଠାରେ...
ମହାପାତ୍ର ପ୍ରମୁଖ ରହିଛନ୍ତି  । 
ଅପରପକ୍ଷରେ ଅସିତ୍ ତ୍ରିପାଠୀଙ୍କ ପ୍ୟାନେଲରେ ରହିଛନ୍ତି, ପ୍ରଗତି ମହାନ୍ତି, ଟୁଟୁଲ କିଶୋର ଦାସ, ସମ୍ବିତ ମହାନ୍ତି, ପୂର୍ବତନ ଆଇଏଏସ ଅନୀଲ କୁମାର ସାମଲ, ଡକ୍ଟର ଦେବବ୍ରତ ବିଶ୍ୱାଳ, କଲ୍ୟାଣ ସୁନ୍ଦର ଛୋଟରାୟ, ମାନସ ରଞ୍ଜନ ଦାସ, ଓମ୍ ପ୍ରକାଶ ରାୟ ଓ ସଂଜୟ ଲାଠ  । ଅସିତଙ୍କ ସ୍ଳୋଗାନ୍ ରହିଛି ବିକାଶ ଏକ ଯାତ୍ରା  । ଅପରପକ୍ଷରେ ପ୍ରଦୀପଙ୍କ ସ୍ଳୋଗାନ୍ ଅଛି ଭୋଟ୍ ଫର ଚେଞ୍ଜ  । 
ଭୁବନେଶ୍ୱର କ୍ଳବ୍ରେ ୨୩୨୧ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୩୯୯ ହେଉଛନ୍ତି କର୍ପୋରେଟ୍ ଭୋଟର  । ପ୍ରଥମ ଥର ପାଇଁ ଅନଲାଇନ୍ ଭୋଟିଂ ସୁବିଧା କରାଯାଇଛି  । ରବିବାର ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ  । ସଂଧ୍ୟା ୬ଟା ପରେ ଭୋଟ୍ ଗଣତି କରାଯିବାକୁ ଧାର୍ଯ୍ୟ କରାଯାଇଛି  ।