ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ସମ୍ଭାବନା ବଢୁଛି
ଆସନ୍ତା ୧୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଭାରତ ସ୍ୱାଗତ କରିଛି । ଭାରତ କହିଛି, ଏହା ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧବିରତି ପାଇଁ ସହାୟକ ହେବ । ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହେବ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ରୁଷ-ଆମେରିକା ଶିଖର ସମ୍ମିଳନୀକୁ ଭାରତ ସମର୍ଥନ ଓ ସ୍ୱାଗତ କରୁଛି । nଜୟସୱାଲ ରୁଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ଉଲ୍ଲେଖ କରି କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ। ତେଣୁ ଭାରତ ଆଗାମୀ ଶିଖର ବୈଠକକୁ ସମର୍ଥନ କରୁଛି । 2022 ଫେବ୍ରୁଆରିରେ ୟୁକ୍ରେନରେ ରୁଷର ଆକ୍ରମଣ ଆରମ୍ଭ ପରଠାରୁ ମୋଦୀ ଶତ୍ରୁତା ବନ୍ଦ କରିବା ପାଇଁ ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଆହ୍ୱାନ ଦେଇ ଆସୁଛନ୍ତି ।