ଯୁବ କଂଗ୍ରେସ ପକ୍ଷରୁ ଇଡି ଅଫିସ ଘେରାଉ

ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରିଥିଲେ । ଯୁବ କଂଗ୍ରେସର କର୍ମୀମାନେ ଏକ ର୍ୟାଲିରେ ଯାଇ ଇଡି ଅଫିସ ସମ୍ମୁଖରେ ଥିବା ପୋଲିସ ବ୍ୟାରିକେଡ ଭାଙ୍ଗିଥିଲେ । ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରାୟ ଦୁଇଘଂଟା ଧରି ଧସ୍ତାଧସ୍ତି ହୋଇଥଲା । । ଏହାପରେ ଯୁବ କଂଗ୍ରେସ କର୍ମୀ ମାନେ ଇଡି ଅଫସି ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଅବସରରେ ରଣଜିତ ପାତ୍ର କହିଛନ୍ତି ଇଡି ବିଜେପିର ଏକ ଛାମୁଆ ସଂଗଠନ ଭାବେ କାର୍ଯ୍ୟକରୁଛି । ଯେଉଁ ଅଣ କଂଗ୍ରେସ ଦଳର ନେତୃତ୍ୱ ବିଜେପିର ଭ୍ରଷ୍ଟାଚାର, ଦୁର୍ନୀତି, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଚାଷୀ ପ୍ରସଙ୍ଗ ଓ ବେକାରୀ ସମସ୍ୟା ଏବଂ ବିପର୍ଯ୍ୟସ୍ତ ଆଇନ ଶଙ୍ଖୃଳା ପରିସ୍ଥିତି ପ୍ରସଙ୍ଗରେ ସଂସଦ ଭିତରେ ଏବଂ ବାହାରେ ଶାଣିତ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ମୋଦି ସରକାର ଅଗଣତାନ୍ତ୍ରିକ ଭାବେ ଇଡିର କାର୍ଯ୍ୟାନୁଷ୍ଠାନ ପ୍ରୟୋଗ କରୁଛନ୍ତି । ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତୃତଙ୍କ୍ୱ ବିରୁଦ୍ଧରେ ଇଡି ଯେଉଁ ଚାର୍ଜସିଟ ଦାଖଲ କରିଛି ଏହା ଉଦେ୍ଦଶ୍ୟ ପ୍ରଣୋଦିତ ଏବଂ ରାଜନୈତିକ ପ୍ରତିହିଂସା ପରାୟଣତାର ନଗ୍ନ ନମୂନା ।