ଯୁବ ନେତାଙ୍କୁ ଦାୟିତ୍ବ : ଚିନ୍ମୟ ବିଜୁ ଯୁବ ଓ ଇପ୍ସିତା ହେଲେ ବିଜୁ ଛାତ୍ର ଜନତା ସଭାପତି

ଯୁବ ନେତାଙ୍କୁ ଦାୟିତ୍ବ : ଚିନ୍ମୟ ବିଜୁ ଯୁବ ଓ ଇପ୍ସିତା ହେଲେ ବିଜୁ ଛାତ୍ର ଜନତା ସଭାପତି

ଭୁବନେଶ୍ୱର : ଦୀର୍ଘଦିନ ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଛାମୁଆ ସଂଗଠନ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ନିଯୁକ୍ତ କରିଛନ୍ତି  । ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ ଓ ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ବ୍ୟୋମକେଶ ରାୟଙ୍କୁ ଯୁବ ବ୍ୟାପାରର ବରିଷ୍ଠ ସାଧାରଣ ସମ୍ପାଦକ ଓ ରାଜେନ୍ଦ୍ର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ଯୁବ ବ୍ୟାପାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଦେବେଶ ଆଚାର୍ଯ୍ୟଙ୍କୁ ଛାତ୍ର ବ୍ୟାପାରର ବରିଷ୍ଠ ସାଧାରଣ ସମ୍ପାଦକ ଓ ଦେବୀ ରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳଙ୍କୁ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।