ଦୁର୍ଘଟଣା : ପୋଲ ତଳକୁ ଖସିଲା କାର୍‌: ଜଣେ ମୃତ, ୪ ଗୁରୁତର

 ଜଗତସିଂହପୁର ସଦର ଉପକଣ୍ଠ ଜୟଶୋଳ ନିକଟରେ ଦୁର୍ଘଟଣା । କେନାଲର ପୋଲରୁ ତଳକୁ ଖସି ପଡ଼ିଲା କାର୍‌ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । କାର୍‌ରେ ଗୋଟିଏ ପରିବାର କଟକରୁ ନିଜ ଘର ସେକପାଟଣା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ସେକପାଟଣା ଅଞ୍ଚଳର ୩୬ ବର୍ଷୀୟ ଜିସାମ ଫରାନା। ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।