୨୩ ଚୋରା ବାଇକ୍ ଉଦ୍ଧାର, ୮ ଗିରଫ

 ବରଗଡ : ବରଗଡ ଟାଉନ ପୁଲିସ ୨୩ ଟି ଚୋରୀ ମୋଟର ସାଇକେଲ ଉଦ୍ଧାର କରିବା ସହ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ବରଗଡ ସରକଣ୍ଡା ଜିଲ୍ଲାର ରୋଶନ ମେହେର, ଝର୍ ଅଞ୍ଚଳରର ବଶିଷ୍ଟ ଗିଙ୍ଗରା, ଜାମଛପର ଅଞ୍ଚଳର ବିକାଶ ଭୁଏଁ , ଭବାନୀ ସୁନା ଓ ଦଶରଥ ବୁଡେକ, ରେମଣ୍ଡା ଅଞ୍ଚଳର ରାଜୁ ରାଉତିଆ, ବରଗଡ ନୂଆପଡାର ସରୋଜ ଭୋଇ ଏବଂ ସୋନପୁର ଜିଲ୍ଳା ଡୁଙ୍ଗୁରିପାଲିର ସୁମନ ନାଏକ ବୋଲି ସୂଚନା ମିଳିଛି । ତେବେ ଅଭିଯୁକ୍ତମାନେ ବରଗଡ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କୁ ମୋଟର ସାଇକେଲ ଚୋରୀ କରୁଥିଲେ  । ଯାହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବରଗଡ ଏସପି ପିଏସ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  । ତେବେ ଏହି ମାମଲାରେ ଆହୁରି ବହୁ ଲୋକଙ୍କ ସଂପୃକ୍ତି ଥିବା ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି  ।