ରାସ୍ତା ଖରାପ, ଆସିପାରିଲାନି ଆମ୍ବୁଲାନ୍ସ ; ଖଟିଆରେ ବୁହାହେଲେ ରୋଗୀ
ନୀଳଗିରି : ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ôଚପାରିନାହିଁ । ଏବେବି ଅନେକ ଗାଁରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ଗାଁରେ ଆମ୍ବୁଲାନ୍ସ ପହଞ୍ôଚ ନ ପାରିବାରୁ ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତ ଅନ୍ତର୍ଗତ ଡେଉଁଚଖାଲ ଗ୍ରାମରେ ।
ପ୍ରକାଶ ଯେ, ଡେଉଁଛଖାଲ ଗ୍ରାମରେ ୪ଶହ ଲୋକ ବସବାସ କରନ୍ତି । ଏହି ଗ୍ରାମରେ ବର୍ଷା ଦିନରେ ଗୋଟିଏ କିଲୋମିଟର ରାସ୍ତା କାଦୁଅ ହୋଇଥାଏ ଏବଂ ଏବେ ଏହି ଗ୍ରାମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଗା ପାନୀୟଜଳ ଯୋଗାଣ ପାଇଁ ରାସ୍ତା ତଡା ଯାଇଥିବାରୁ ରାସ୍ତାଟି ଅଧିକ କାଦୁଅ ହେଇଥିବାରୁ ସେଠାକାର ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି । ଗୁରୁବାର ଡେଉଁଚଖାଲ ଗ୍ରାମର ରୂପି ସିଂ (୬୦)ଙ୍କ ଦେହ ଅସୁସ୍ଥ ହେବାରୁ ଗ୍ରାମବାସୀ ତାଙ୍କୁ ଏକ ଖଟିଆରେ ବୋହି କାଦୁଅ ରାସ୍ତାରେ ଏକ କିଲମିଟର ପାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲକୁ ନେଇଥିଲେ । ଡେଉଁଚଖାଲ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଠିକଠାକ ନିର୍ମାଣ କରାଯାଉ ନ ଥିବାରୁ ବର୍ଷା ଦିନେ ଲୋକେ ଜରୁରୀକାଳୀନ ସେବା ପାଇବାରୁ ବଞ୍ôଚତ ହେଉଥିବା ଗ୍ରାମର ବନ ସିଂ, ବାପି ସିଂ, ସିବ ସିଂ, ସମା ସିଂ କହିଛନ୍ତି ।