‘ନାରୀ ନ୍ୟାୟ ଆପ୍’ ଉନ୍ମୋଚିତ
ଭୁବନେଶ୍ୱର : ନାରୀ ନ୍ୟାୟ ପାଇଁ ଲଢିବ ନାରୀ ନ୍ୟାୟ ବାହିନୀ । ଆଉ ବାରମ୍ବାର ନାରୀ ଅତ୍ୟାଚାର ହେବନି ।ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ । ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି ଉଠୁ । ସମାଜରେ ନାରୀ ଆଉ ଶୋଷିତ ହେବନି । ରାଜ୍ୟ କଂଗ୍ରେସର ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି । ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି । ରାହୁଲ ଗାନ୍ଧି, ଖଡ଼ଗେ ଓଡିଶା ଆସିଲେ । ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଲେ । ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି । କଂଗ୍ରେସ ଏଥିରେ ସାମିଲ ହେବ । ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ କହିଥିଲେ । ଏହି ଅବସରରେ ସମାଜସେବୀ ରଂଯୁକ୍ତା କୁମାରୀ ବେହେରା ନାରୀ ନ୍ୟାୟ ଆପ ଉଦଘାଟନ କରି କହିଥିଲେ, ଏବେବି ବହୁ ନାରୀଙ୍କ ନିର୍ଯାତନା ମାମଲା ଲୋକଲୋଚନକୁ ଆସି ପାରୁନି । ଆମେ ବ୍ଲକ ସ୍ତରରେ ସଚେତନ କାର୍ଯ୍ୟକ୍ରମ କରିବୁ । ନାରୀ ନ୍ୟାୟ ବାହିନୀ ଆବାହକ ତଥା ସଂଯୋଜିକା ଗାୟତ୍ରୀ ବିଶ୍ୱାଳ କହିଥିଲେ, ସମାଜରେ ଏବେକାର ବ୍ୟବସ୍ଥାରେ ବହୁ ନାରୀ ହିଂସାର ଶିକାର ହେଉଛନ୍ତି । ଗାଁକୁ ଯିବ ନାରୀ ନ୍ୟାୟ ବାହିନୀ । ଲୋକଙ୍କୁ ସଚେତନ କରିବ । ଆଇନଜୀବୀ ସୂର୍ଯ୍ୟସ୍ମିତା ପଣ୍ଡା, ସମାଜସେବୀ ଶେଫାଳି ଶର୍ମା, ସୃଷ୍ଟି ସୋମେନ୍, ନିବେଦିତା ପଟ୍ଟନାୟକ ପ୍ରମୁଖ ନାରୀ ନ୍ୟାୟ ପାଇଁ ଆଗ ଭଲରେ ଚେଷ୍ଟା କରିବୁ, ନ୍ୟାୟ ନ ମିଳିଲେ ଆନେ୍ଦାାଳନ କରିବୁ ବୋଲି କହିଥିଲେ ।