ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ମଙ୍ଗଳବାର ୨ ଯୁବକଙ୍କ ପ୍ରାଣହାନି ଘଟିଛି। ଗାଧୋଇବାକୁ ଯାଇଥିବା ଦୁଇ ଯୁବକ ଦୁର୍ଭାଗ୍ୟବଶତଃ ପୁଷ୍କରିଣୀରେ ବୁଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୁଷ୍କରିଣୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।