ଶାମିଙ୍କ ଭଉଣୀ-ଭିଣୋଇ ମନରେଗା ଶ୍ରମିକ

 ଭୁବନେଶ୍ୱର  : ଜଣାଶୁଣା କ୍ରିକେଟରଙ୍କ ଭଉଣୀ-ଭିଣୋଇ ମନରେଗା ଶ୍ରମିକ । ଆକାଉଣ୍ଟକୁ ଦିନକୁ ଆସୁଛି ୨୩୭ ଟଙ୍କା । ଟିମ୍ ଇଣ୍ଡିଆର ଜଣାଶୁଣା କ୍ରିକେଟର ମହମ୍ମଦ ସାମିଙ୍କ ଉଭଣୀ- ଭିଣୋଇ ମନରେଗାରେ ଶ୍ରମିକ ଭାବେ ପାଉଛନ୍ତି ମଜୁରୀ । ତେବେ ଏକଥା ଶୁଣିଲା ବେଳକୁ ଅଧିକାଂଶ ଲୋକଙ୍କ ବିଶ୍ୱାସ ହେଉ ନଥିବ । କିନ୍ତୁ ଏହା ସତ । ତେବେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ସାମିଙ୍କ ଉଭଣୀ- ଭିଣୋଇ ସାଙ୍ଗକୁ ତାଙ୍କ ଭଉଣୀଙ୍କ ଶାଶୁଘରର ସମସ୍ତେ ଏହି ମନରେଗା ଯୋଜନାରେ ଜବ କାର୍ଡ କରିଛନ୍ତି । ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ପଞ୍ଜିକୃତ ହୋଇ ମଜୁରୀ ଗ୍ରହଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ୨୦୨୧ରୁ ୨୦୨୪ ମଧ୍ୟରେ ଶାମିଙ୍କ ଭଉଣୀ ଶାବିନା ଏହି ଯୋଜନା ଅଧୀନରେ ଏକ ଶ୍ରମିକ ଭାବେ ପଞ୍ଜିକୃତ କରି ଟଙ୍କା ଗ୍ରହଣ କରିଥିଲେ ।