ଆଇପିଏଲର ଷଷ୍ଠ ମ୍ୟାଚ୍ : ଜିତିଲା କେକେଆର୍

ନୂଆଦିଲ୍ଲୀ : ୮ ୱିକେଟ ବିନିମୟରେ ରାଜସ୍ଥାନ ରୟାଲ୍ସକୁ ହରାଇ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ଜିତିଲା  । କେକେଆର ୧୫୨ ରନର ପିଛା କରି ଓପନିଂରୁ ଭଲ ପ୍ରଦର୍ଶନ କରିଥିଲା । ୧୫୨ ରନର ପିଛା କରି ଆହତ ସୁନୀଲ ନାରିନଙ୍କ ସ୍ଥାନରେ ମୋଇନ୍ ଅଲି, କ୍ୱିଣ୍ଟନ୍ ଡି କକ୍ ସହିତ ଓପନିଂ କରିଥିଲେ । ଏହି ଯୋଡ଼ି ପାୱାରପ୍ଲେକୁ ସତର୍କତାର ସହିତ ଖେଳିଥିଲେ । ଡି କକ୍ ଦାୟିତ୍ୱ ନେଇ ୬୧ ବଲରେ ୯୭ ରନ୍ କରିଥିଲେ । ଅଳ୍ପକେ ଶତକରୁ ସେ ବର୍ତ୍ତିଥିଲେ । ମୋଇନ୍ ୧୨ ବଲ୍ରୁ ମାତ୍ର ୫ ରନ୍ ସଂଗ୍ରହ କରିଥିଲେ । ଓପନରମାନଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ମୋଇନ୍ ରନ-ଆଉଟ୍ ହୋଇଥିଲେ । ପରେ  ଅଧିନାୟକ ରାହାଣେ ଆସି ଇନିଂସକୁ ସ୍ଥିର କରିଥିଲେ । ସେ ବି ୧୫ ବଲରେ ୧୮ ରନ୍ କରି ଆଉଟ୍ ହୋଇଥିଲେ । ପରେ ରଘୁବଂଶୀ ଆସି ଡି କକ୍ଙ୍କ ସହ ପାଣି ସମ୍ଭାଳିଥିଲେ । ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇ ଥିଲା । ଆର୍ଆର୍ ଆରମ୍ଭରୁ ୱିକେଟ ହରାଇ ଚାଲିଥିଲା । ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୫୧ ରନ୍ କରିଥିଲା । ଫଳରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍ ରହିଥିଲା ।ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜଶସ୍ୱୀ ଜୟୱାଲ ୨୯ ରନ୍ କରିଥିବା ବେଳେ ସଞ୍ଜୁ ସାମସନ୍ ୧୩ ରନ୍ କରିଥିଲେ । ସେହିପରି ରିୟାନ ପରାଗ ୨୫ ରନ୍, ଧ୍ରୁବ ଜୁରେଲ ୩୩ ରନ୍, ଜୋଫ୍ରା ଆର୍ଚ୍ଚର ୧୬ ରନ୍ କରିଥିଲେ ।
ସେହିପରି କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସ୍ପିନସର ଜନସନ୍ ଗୋଟିଏ ୱିକେଟ ନେଇଥିଲେ । ସେହିପରି ବୈଭବ ଆରୋରା, ହର୍ଷିତ ରାଣା, ମୋଇନ ଅଲି ଏବଂ ବୈଭବ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ ।