ଶିବ ପ୍ରସାଦଙ୍କ ଶତବାର୍ଷିକୀ
ବଲାଙ୍ଗିର : ବିପ୍ଳବୀ କବି, ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଉଦ୍ଘାଟନୀ ଉସôବ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବକୁ ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍?ଗାତା ଏବଂ ମୁଖ୍ୟଅତିଥି ଭାବେ ସମ୍ବଲପୁର ଆଇଆଇଏମ୍ ଡାଇରେକ୍ଟର ଡ. ମହାଦେଓ ଜୟସ୍ୱାଲ ଯୋଗଦେଇ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଆଇଆଇଏମ୍ ଡାଇରେକ୍ଟର ଡ. ଜୟସ୍ୱାଲ ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ଏଆଇ ବା କୃତ୍ତିମ ବୁଦ୍ଧିମତ୍ତା କିଭଳି କ୍ରାନ୍ତି ଆଣିବାକୁ ଯାଉଛି କହିଥିଲେ । ଶିକ୍ଷା କ୍ଷେତ୍ରରେ ଏଆଇର ପ୍ରୟୋଗ ହୋଇସାରିଛି । ଏବେ କଳା, ସଂସ୍କୃତି ଏବଂ ପରମ୍ପରା କ୍ଷେତ୍ରରେ ଏଆଇ ପ୍ରୟୋଗ କରାଯାଉଛି । ପଶ୍ଚିମ ଓଡିଶାର କଳା, ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏଆଇ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ବରେଣ୍ୟ ଅତିଥି ପଦ୍ମଶ୍ରୀ ଉଦ୍?ଗାତା ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ପାଣ୍ଡିଆଙ୍କ ସଂଘର୍ଷ, ଏବଂ ସାଧାରଣ ବର୍ଗଙ୍କ ପ୍ରତି ତାଙ୍କ ସହଯୋଗ ବିଷୟରେ କହିଥିଲେ । ସାଧାରଣ ଲୋକଙ୍କ ଭିତରେ ଏକ ଗଭୀର ବିଶ୍ୱାସ ଭରି ଦେଇଥିଲେ । ମୁଁ କରିପାରିବି ଏଭଳି ବିଶ୍ୱାସ ଜନ୍ମିଲେ ଜୀବନ ସଫଳ ହେବ ବୋଲି ସେ ଉପସ୍ଥିତ ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କୁ କହିଥିଲେ । ସଭାପତୀୟ ଅଭିଭାଷଣରେ ପ୍ରଫେସର ପତି ସ୍ୱର୍ଗତ ପାଣ୍ଡିଆ କିଭଳି ସଂଘର୍ଷ କରି ମଧ୍ୟ ନିଜ ଜୀବନକୁ ମହନୀୟ କରିବା ସହ ଏକ ବୃହତ୍ ଅଞ୍ଚଳର ଅବହେଳିତଙ୍କ ସ୍ୱର ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ । ତାଙ୍କ ଜୀବନରୁ ଆମେ ଅନେକ କିଛି ଶିକ୍ଷା କରିପାରିବା ବୋଲି କହିଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସୁଶୀଳ କୁମାର ପାଣ୍ଡିଆ ଅତିଥିଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ସନ୍ଦୀପ କୁମାର କୁଅଁର ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିବା ବେଳେ ବୀରେନ୍ଦ୍ର କୁମାର ଝାଙ୍କର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷାବିତ୍ ହରିବନ୍ଧୁ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ସଭାରେ ପ୍ରଶାନ୍ତ ମହାକୁର, ଯୁଜେଷ୍ଟି ମେହେର, ସଂଗ୍ରାମ ପାଣ୍ଡିଆ, ନିହାର ପାଣ୍ଡିଆ, ମୋହନ ପାଣ୍ଡିଆ ସହଯୋଗ କରିଥିଲେ । ସଭାରେ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଆହ୍ଳାଦ ପୂଜାରୀ, ପ୍ରଫେସର ଡ. ସୁଜିତ ପୃଷେଠ୍?, ସୁବାସ ପଣ୍ଡା, ସୁଷମା ମଞ୍ଜରୀ ନାଏକ, ସରସ୍ୱତୀ ନନ୍ଦ, କଳ୍ପନା ମିଶ୍ର, ସରିତା ଆଚାର୍ଯ୍ୟ, ଡ. ପ୍ରେମଚାନ୍ଦ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।