ସଡ଼କ ଦୁର୍ଘର୍ଟଣାରେ ଜଣେ ଗୁରୁତର
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର-ପୋଡାପାଲି-ଡୁମେରବାହାଲ ଛକ ନିକଟରେ ଅଟୋ ଓ ପିକଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ମତେ ଅଟୋ ଡୁମେରବାହାଲ ଗ୍ରାମ ପଟୁ ଆସୁଥିବା ବେଳେ ଅନ୍ୟ ଏକ ଦିଗରୁ ପିକ ଅପ ଭ୍ୟାନ ଆସୁଥିଲା । ତ୍ରିଛକ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଅଟୋ ଚାଳକ ସାରଥୀ ଭୋଇ(୫୫) ମୁଣ୍ଡରେ ଆଘାତ ହେବା ସହ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିସôାଲୟରେ ଭର୍ତ୍ତି କରାଯାଇଥିଲା । ଅଧିକ ଗୁରୁତର ହେବାରୁ ନୂଆପଡା ଜିଲ୍ଲା ଚିକିସôାଲୟରେ ଭର୍ତ୍ତି କରାଯାଇ ଚିକିସôା କରାଯାଉଥିବା ଜଣାପଡିଛି । ଅଟୋ ଚାଳକ ଖଡ଼ିଆଳ ବ୍ଳକ ଛତା ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ଅଟୋ ଚାଳକ ଦୁଇ ଘଣ୍ଟା ପ୍ରଯନ୍ତ ପଡିରହିଥିଲା । ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ କଳାପରେ ମଧ୍ୟ ଦୁଇ ଘଣ୍ଟା ପରେ ପହଞ୍ଚି ଥିଲା । ଅଟୋ ଚାଳକଙ୍କ ପୁଅ ଆସି ମୋଟର ସାଇକେଲରେ ମଝିରେ ବସାଇ ନେଉଥିବା ସମୟରେ ଆମ୍ବୁଲାନ୍ସ ପହଂଚି ଥିଲା । ପୋଲିସ ସବ ଇନିସ୍ପେକ୍ଟର ରାଜେଶ କୁମାର ଅଗସ୍ତି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଥିବା ପିକ ଅପ ଭ୍ୟାନ କୁ ଜବତ କରିଛି । ପିକ ଅପ ଭ୍ୟାନର ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି ।