ବଜ୍ରାଘାତରେ ଯୁବକଙ୍କ ମୃତୁ୍ୟ 

 ବଲାଙ୍ଗିର : ବଜ୍ରାଘାତରେ ଯୁବକ ମୃତ ଘଟିଛି  । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଖର୍ସଲବାଞ୍ଜି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା  । ମୃତ ଯୁବକ ଜଣକ ଖର୍ସଲବାଞ୍ଜିର ଶେଷଦେବ ମିର୍ଦ୍ଧା ବୋଲି ଜଣାପଡ଼ିଛି  । ସୂଚନା ଅନୁଯାୟୀ ଶେଷଦେବ ତାଙ୍କ ଶଶୁର ଘରକୁ ବୁଲିବାକୁ ଯାଇଥିଲେ  । ଗତକାଲି ସନ୍ଧ୍ୟା ସମୟରେ ଶଶୁର ଘର ନିକଟ ପୋଖରୀକୁ ଶୌଚ ହେବାକୁ ଯାଉଛି କହି ରାତିରେ ଆଉ ଘରକୁ ଫେରି ନଥିଲେ  । ଏନେଇ ଶଶୁର ଘର ଲୋକେ ବହୁ ଖୋଜାଖୋଜି କରି ପୁଲିସକୁ ସୂଚନା ଦେଇଥିଲେ  । ହେଲେ ଶେଷଦେବ ମିଳି ନଥିଲେ  । ଆଜି ସ୍ଥାନୀୟ ଲୋକେ ଶେଷଦେବଙ୍କ ମୃତଦେହ ଏକ ବିଲରେ ପଡିଥିବା ଦେଖିବାକୁ ପାଇଥିବା ବେଳେ ଶେଷଦେବଙ୍କ ଶଶୁର ଘର ଲୋକଙ୍କୁ ଖବର ଦେଇଥିଲେ  । ଖବର ପାଇ ପରିବାର ଲୋକେ ଆସି ମୃତଦେହକୁ ଉଦ୍ଧାର କରି ବଲାଙ୍ଗିର ମୁଖ୍ୟ ଡ଼ାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହକୁ ଆଣିଥିଲେ  । ଗତକାଲି ସନ୍ଧ୍ୟା ସମୟରେ ବହୁତ ଜୋର୍ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିବା ବେଳେ ସେହି ସମୟରେ ଶେଷଦେବଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି  । ପରିବାର ଲୋକେ ଯବାନ ପୁଅକୁ ହରାଇ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି  ।