ଶେଷରେ ସତ ମାନିଲା : ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି କାନାଡା
ନୂଆଦିଲ୍ଲୀ: ପୂର୍ବରୁ ଭାରତ ଯେଉଁ ଅଭିଯୋଗ କରି ଆସୁଥିଲା ତାହା ଏବେ ସତ ହୋଇଛି । ଭାରତ ବିରୋଧୀ ଖଲିସ୍ତାନୀ ସଂଗଠନ ଗୁଡିକୁ କାନାଡା ପାଣ୍ଠି ଯୋଗାଉ ଥିବା ଏକ ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି । କାନାଡା ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପ ବିଷୟରେ ଭାରତର ଚିନ୍ତାକୁ ସଠିକ ଦର୍ଶାଇ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କାନାଡାର ଅର୍ଥ ବିଭାଗର ଏକ ନୂତନ ରିପୋର୍ଟ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିଛି ଯେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀ ଦେଶରେ କାର୍ଯ୍ୟ କରୁଛନ୍ତି ଓ ଆର୍ଥିକ ସହାୟତା ପାଉଛନ୍ତି । "କାନାଡାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନି ଲଣ୍ଡରିଂ ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ବିପଦ ଏବଂ ଦୁର୍ବଳତା’ ଉପରେ ଏକ ରିପୋର୍ଟରେ ଖଲିସ୍ତାନୀମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ବର୍ଗୀକୃତ କରାଯାଇଛି । ଯେଉଁମାନେ ରାଜନୈତିକ ଉଦେ୍ଦଶ୍ୟ କିମ୍ବା ଆତ୍ମନିର୍ଣ୍ଣୟ ପାଇଁ ହିଂସାର ସାହାରା ନିଅନ୍ତି । ଭାରତର ଶତ୍ରୁ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ଶିଖ୍ ୟୁଥ୍ ଫେଡେରେସନ ଭଳି ଖଲିସ୍ତାନୀ ଗୋଷ୍ଠୀଗୁଡ଼ିକୁ କାନାଡାରୁଆର୍ଥିକ ସହାୟତା ମିଳିଛି । କେବଳ ଖଲିସ୍ତାନୀ ନୁହେଁ, ହିଜବୁଲ୍ଲା ଓ ହମାସ ପରି କେତେକ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନକୁ ମଧ୍ୟ କାନାଡା ଅର୍ଥ ଯୋଗାଏ ବୋଲି ରିପୋର୍ଟରେ କୁହାଯାଇଛି । ୨୦୨୨ ମସିହାରେ କାନାଡାର ଫାଇନାନ୍ସିଆଲ୍ ରିପୋର୍ଟିଂ ଏବଂ ଆନାଲିସିସ୍ ସେଣ୍ଟର ଦ୍ୱାରା ଏକ ରିପୋର୍ଟରେ, ହିଜବୋଲ୍ଲାକୁ କାନାଡାରୁ ପାଣ୍ଠି ଗ୍ରହଣ କରୁଥିବା ଦ୍ୱିତୀୟ ସର୍ବାଧିକ ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବରେ ବର୍ଣ୍ଣନା କରାଯାଇଥିଲା । ବହୁ ସଂଗଠନକୁ ନେଇ ଗଠିତ ଖଲିସ୍ତାନୀ ଆନେ୍ଦାଳନ ପଞ୍ଜାବରେ ଖାଲିସ୍ତାନ ନାମକ ଏକ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହୁଁଛି । ଭାରତ କାନାଡାରେ ଖାଲିସ୍ତାନୀ କାର୍ଯ୍ୟକଳାପ ଉପରେ ବାରମ୍ବାର ଚିନ୍ତା ପ୍ରକାଶ କରିଛି । ୨୦୨୩ରେ ତକôାଳୀନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ । ଭାରତ ଏହି ଦାବିଗୁଡ଼ିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା, ଯାହା ଫଳରେ ଦୂତମାନଙ୍କୁ ପ୍ରତ୍ୟାହାର କରିବା ସମେତ ଏକ ଅଭୂତପୂର୍ବ କୂଟନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ମାର୍କ କାର୍ନି କାନାଡାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପର୍କରେ ଉନ୍ନତି ଦେଖାଯାଇଥିଲା । ଭାରତର ଚିନ୍ତାକୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।