ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଗାର୍ଡ ଅଫ୍ ଅନର
ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପୁଟିନଙ୍କ ଭାରତ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ପୁଟିନ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସ୍ୱାଗତ କରିଥିଲେ । ପୁଟିନଙ୍କ ସହ ଆସିଥିବା ୭ ରୁଷୀୟ ମନ୍ତ୍ରୀଙ୍କୁ ମଧ୍ୟ ସ୍ୱାଗତ କରିଥିଲେ ରାଷ୍ଟ୍ରପତି । ସ୍ୱାଗତ ପରେ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍ ଅନର ଦିଆଯାଇ ପୁଟିନଙ୍କୁ ୨୧ ତୋପ ସଲାମ ଦିଆଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହିଥିଲେ । ତାଙ୍କୁ ଉଭୟ ଦେଶର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱାଗତ କରାଯାଇଥିଲା । ତା’ପରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ, ଯାହା ପରେ ଚୁକ୍ତିନାମା ସ୍ୱାକ୍ଷର ଏବଂ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ହେବ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ପାଇଁ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି ।