ଆଜି ଦିଲ୍ଲୀ ଯିବେ ନବୀନ! ମୋଦିଙ୍କୁ ଭେଟିବେ କି? ନବୀନ ନିବାସରେ ପିଏସି ବୈଠକ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେବୋଲି ଜାଣିବାକୁ ମିଳିଛି । ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚନ୍ଦ୍ରଶେଖର ପତି ଓ ଭିକେ ପାଣ୍ଡିଆନ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ୪ ଦିନିଆ ଦିଲ୍ଲୀଗସ୍ତକୁ ନେଇ ଚର୍ଚ୍ଚା ଜୋରଧରିଛି । ବିଶେଷକରି ନବୀନଙ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟବସ୍ଥା କଥା ପଚାରିବୁଝିବା ସହ ଦିଲ୍ଲୀ ଆସିଲେ ଦେଖାହେବା ବୋଲି କହିଥିଲେ । ସେହିପରି ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ମୋଦି ମଧ୍ୟ ନବୀନଙ୍କ ସହ କଥା ହୋଇପାରନ୍ତି ବୋଲି କୁହାଯାଉଛି । ସୂଚନାଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ରହିଛି । ଅପରପକ୍ଷରେ ବିଜେଡ଼ି କାହାକୁ ସମର୍ଥନ କରିବ ସେନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହିଁ । ଦଳର ଆଭିମୁଖ୍ୟ ସମ୍ପର୍କରେ ନବୀନ ଦିଲ୍ଲୀରେ ଘୋଷଣା କରିବାର ସମ୍ଭାବନା ରହିଛି ।ନବୀନ ସମ୍ଭବତଃ ଏହି ଗସ୍ତ ସମୟରେ ତାଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପାଣ୍ଡିଆନ ଚଳିତ ସପ୍ତାହରେ ଦିଲ୍ଲୀ ଗସ୍ତରେ ଯାଇ ନବୀନଙ୍କ ଦିଲ୍ଲୀ ରହଣୀ ନିମନ୍ତେ ଆବଶ୍ୟକ ବନେ୍ଦାବସ୍ତ କରିଛନ୍ତି । ନବୀନ ଶେଷଥର ପାଇଁ ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ଗସ୍ତରେ ଯାଇଥିଲେ ।
ଅରପପକ୍ଷରେ ନବୀନ ନିବାସରେ ଆଜି ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରମିଳା ମଲ୍ଳିକ, ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ, ସୁଦାମ ମାରାଣ୍ଡି, ସଞ୍ଜୟ କୁମାର ଦାସବର୍ମା, ନିରଞ୍ଜନ ପୂଜାରୀ, ସଂତୃପ୍ତ ମିଶ୍ର ଓ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।