ସମ୍ବଲପୁର ଲୋକ ମହୋତ୍ସବକୁ ସ୍ମରଣୀୟ କରିବାକୁ ଜିଲାପାଳଙ୍କ ଆହ୍ୱାନ

ସମ୍ବଲପୁର : ଇଷ୍ଟଦେବୀ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିର୍ବାଦ ଗ୍ରହଣ କରିବା ପରେ ଆଗାମୀ ସମ୍ବଲପୁର ଲୋକ ମହୋସôବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହିତ ଜିଲା ପରିଷଦ ସମ୍ମିଲନୀ କକ୍ଷରେ ଲୋକ ମହୋସôବ ଆୟୋଜନ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଜିଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ହୋଇଥିଲା  । ଏହି ପ୍ରସ୍ତୁତି ବୈଠକରେ ଆୟୋଜନ କମିଟିର ସଂଯୋଜକ ପ୍ରଫୁଲ୍ଲ ହୋତା, ସହ ସଂଯୋଜକ ରଞ୍ଜନ ସାହୁଙ୍କ ସମେତ ସମସ୍ତ କମିଟିର ଆବାହକ ଓ ସହ ଆବାହକଙ୍କ ସମେତ କମିଟିଗୁଡିକର ନୋଡାଲ ଅଧିକାରୀମାନେ ସାମିଲ ହୋଇଥିଲେ । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ପୂର୍ବ ଭଳି ଏ ବର୍ଷ ମଧ୍ୟ ଉସôାହର ସହିତ ଲୋକ ମହୋସôବ ଆୟୋଜନ କରାଯିବ ବୋଲି କହିଥିଲେ । ଜିଲା ପ୍ରଶାସନ, ଜନ ପ୍ରତିନିଧି, ଗଣ ମାଧ୍ୟମର ମିଳିତ ସହଯୋଗରେ ଚଳିତ ବର୍ଷର ଲୋକ ମହୋସôବକୁ ସ୍ମରଣୀୟ କରିବାକୁ ପ୍ରୟାସ କରିବା ସମ୍ବଲପୁର ଲୋକମହୋସôବ ଜରିଆରେ ସମ୍ବଲପୁରୀ କଳା ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲାପାଳ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷର ଲୋକ ମହୋସôବ ପ୍ରଥମ ତିନି ଦିନ ଲୋକ କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଏବଂ ଶେଷ ଦୁଇଦିନ ତାରକାମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଜିଲାପାଳ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ଲୋକ ମହୋସôବ ସହିତ ପଲ୍ଲୀଶ୍ରୀ ମେଳା ମିଳିତ ଭାବରେ ଆୟୋଜନ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଉପ ଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, ଆୟୋଜନ କମିଟିର ଆବାହକ ଓ ସହଆବାହକମାନେ ଉପସ୍ଥିତ ଥିଲେ  ।