ରେଳ ଡିଭିଜନ କମିଟିର ବୈଠକ
ସମ୍ବଲପୁର: ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ଡେବି୍ରଗଡ଼ ଓରିଏନ୍ଟେସନ୍ ହଲ୍ ଠାରେ ୫୪ତମକ ରେଳ ବ୍ୟବହାରକାରୀ ପରାମର୍ଶକାରୀଦାତା କମିଟିର ବୈଠକ ଏଡିଆର୍ଏମ୍ ଆନନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ପ୍ରସ୍ତାବଗୁଡ଼ିକୁ ରେଳ ଡିଭିଜନ ପକ୍ଷରୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଥିଲେ । ରେଳଡିଭିଜନରେ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ନିର୍ମାଣାଧୀନ ବିକାଶମୂଳକ ଯୋଜନା ସମ୍ପର୍କରେ ଏଡିଆର୍ଏମ୍ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ କମିଟିର ସଂଯୋଜକ ତଥା ବରିଷ୍ଠ ଡିଭିଜନ ବାଣିଜି୍ୟକ ପ୍ରବନ୍ଧକ ଗାରିମା ତିୱାରୀ ଏବଂ ଶାଖା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । କମିଟିର ସଦସ୍ୟ ୍ରଅକ୍ଷୟକା" ନବଗିରେ ରାକେଶ କୁମାର ଜୈନ, କିଶୋର ଅଗ୍ରୱାଲ, ରାଜନ ପ୍ରସାଦ, ପାରସ ଚୋପ୍ରା, ବିଶ୍ୱଜିତ୍ ଦାଶ, ଡ. ବିଶ୍ୱନାଥ ପାଣିଗ୍ରାହୀ, କୈଳାଶ କୁମାର ଅଗ୍ରୱାଲ, ଲୁନ୍କରନ୍ ଜୈନ, ଅଚୁ୍ୟତାନନ୍ଦ ସୁନାନୀ, ବିଷ୍ଣୁପ୍ରସାଦ କେଡ଼ିଆ, ରାଜେଶ ଅଗ୍ରୱାଲ, ଦେବେନ୍ଦ୍ର କୁମାର ବିଶି ପ୍ରମୁଖ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ପ୍ରୟାସ ସ୍ୱରୂପ ଡେବ୍ରିଗଡ଼ ଠାରେ ଏହି ବୈଠକ କରାଯାଇଥିଲା ବୋଲି କୁହାଯାଇଛି ।