ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି


 ଆନନ୍ଦପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାଗସ୍ତ ଅବସରରେ ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସ୍ୱାଗତ ସମ୍ୱାର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ସହ ଆନନ୍ଦପୁରର ଦୀର୍ଘଦିନର ସମସ୍ୟା ଡ଼ଙ୍ଗାଘାଟଠାରେ ଏକ ପାଦଚଲା ସେତୁ ନିର୍ମାଣ ପାଇଁ ଦାବିପତ୍ର ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ବୈତରଣୀ ନଦୀର ଉଭୟ ପାର୍ଶ୍ୱରେ ଥିବା ଆନନ୍ଦପୁର ଓ ଘସିପୁରା ବସଷ୍ଟାଣ୍ଡକୁ ସଂଯୋଗ କରି ଏହି ସେତୁ ନିର୍ମିତ ହେଲେ ଆନନ୍ଦପୁର ଉପଖଣ୍ଡର ବହୁ ଦିନର ଦାବି ପୂରଣ ହୋଇ ପାରିବ ବୋଲି ଏଥିରେ ଉପସ୍ଥାପିତ କରା ଯାଇଛି । ଏହି ସେତୁ ଦ୍ୱାରା ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ସମଗ୍ର ଅଞ୍ଚଳ ଗୋଟିଏ ଭୂଖଣ୍ଡରେ ପରିଣତ ହେବା ସହିତ ଉଭୟପାର୍ଶ୍ୱରେ ଥିବା ଜନସାଧାରଣ ବିଭିନ୍ନ ସରକାରୀ ସେବା ଲାଭ କରିବା ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଯାତାୟାତ କରିବା ସହଜସାଧ୍ୟ ହୋଇ ପାରନ୍ତା ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଭାପତି ରମାକାନ୍ତ ନାୟକ, ଆନନ୍ଦପୁର ପୌର ପରିଷଦର ଉପଧ୍ୟାକ୍ଷ ଦୁର୍ଗା ଚରଣ ଦଳେଇ, ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସା