ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ମରୁଭୂମି, ନାହାନ୍ତି ଡାକ୍ତର
ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ପୁଞ୍ଜି ନିବେଶ କରାଯାଇ ନବୀକରଣ କରାଯାଇଛି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଆଶାରେ କାକଟପୁର, ଅସ୍ତରଙ୍ଗ ଏବେ ଆଖପାଖ ଅଞ୍ଚଳରୁ ବିଭିନ୍ନ ରୋଗରେ ପୀଡିତ କିମ୍ବା ଦୁର୍ଘଟଣାରେ ଶିକାର ହୋଇ ଆସୁଥିବା ରୋଗୀ ଏଠୁ ଉତ୍ତମ ସ୍ୱସ୍ଥ୍ୟ ସେବା ପାଇବା ପରିବର୍ତ୍ତେ ମରଣ ମୁହଁକୁ ଠେଲି ହୋଇ ଯାଉଛନ୍ତି । ଯାହା ଏକ ଦୁର୍ଭାଗ୍ୟର ବିଷୟ ପାଲଟିଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓପିଡି, ଆୟୁଷ ଓପିଡି, ଅଂଶୁଘାତ କକ୍ଷ, ସବୁ ବ୍ୟବସ୍ଥା ରହିଛି କିନ୍ତୁ ନାହାନ୍ତି ଡାକ୍ତର ଓ ଆବଶ୍ୟକ କର୍ମ·ରୀ । ରୋଗୀ ଆସୁଛନ୍ତି ସତ ହେଲେ ଡାକ୍ତରଙ୍କ ବଦଳରେ ଫାର୍ମାଶିଷ୍ଟ କରୁଛନ୍ତି ଚିକିତ୍ସା, ଯାହାକୁ ନେଇକି ଆସୁଥିବା ରୋଗୀ ଆଣିଛନ୍ତି ଗୁରୁତର ଅଭିଯୋଗ, ଆଉ ଯଦି ଦୁର୍ଘଟଣା ରେ ଶିକାର ହୋଇ କୌଣସି ଲୋକ ଏଠାକୁ ଚିକିତ୍ସା ପାଇଁ ଆସନ୍ତି ତାହେଲେ ସେମାନଙ୍କୁ ଆବଶ୍ୟକ ଔଷଧ, ପରୀକ୍ଷା ନିରୀକ୍ଷା କରିବା ପାଇଁ ଆବଶ୍ୟକ ସରଞ୍ଜାମ ନାହିଁ କହି ·ରିଛକ କିମ୍ବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରିଦିଆଯାଉଛି । ବିଶାଳ ମନ୍ଦିର ଟିଏ ଥିବ କିନ୍ତୁ ଦେବତା ନଥିବେ, ଏହି ପ୍ରକାର ଦୃଶ୍ୟ ଦୃଷ୍ଟିଗୋଚର ହେଉଛି ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଆୟୁଷ୍ମାନ ମନ୍ଦିରରେ, ଅନେକ ସମୟ ରେ ପ୍ରାୟତଃ ସବୁ କକ୍ଷ ରେ ତାଲା ଝୁଲୁଥିବା ବେଳେ ଅନେକ କକ୍ଷରେ ଆସବାବ ପତ୍ର ରହୁଛି, ପଙ୍ଖା ବୁଲୁଚି କିନ୍ତୁ କର୍ମ·ରୀ ଆସୁନାହାନ୍ତି, କେବଳ ସିକୁରିଟି ଗାର୍ଡ କେନ୍ଦ୍ର ଟିକୁ ସୁରକ୍ଷା ଦେଉଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜାଜନିକ କଥା ଆଉ ଦୁର୍ଭାଗ୍ୟ ର କଥା, ବାସ୍ତବିକ କହିବାକୁ ଗଲେ ଏହା ଏକ ପ୍ରକାର ମରୁଭୂମିର ଭ୍ରମ ସୃଷ୍ଟି କରିଛି । କାକଟପୁର ନିର୍ବାଚନ ମଣ୍ଡଳୀର କାକଟପୁର ଠାରେ ମୌଳିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ରୋଗୀ କେବେ ମୌଳିକ ସୁବିଧା ପାଇବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।