ହଟିଲେ ମହାରାଷ୍ଟ୍ର ଡିଜିପି

ହଟିଲେ ମହାରାଷ୍ଟ୍ର ଡିଜିପି

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ  ନିର୍ବାଚନ କମିଶନରଙ୍କ ବଡ ନିଷ୍ପତ୍ତି । ବିରୋଧୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡରେ ଇସି । ହଟିଲେ ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଳା । ତାଙ୍କ ଟ୍ରାନ୍ସଫର ହୋଇଛି । ପ୍ରକୃତରେ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ରଶ୍ମୀ ଶୁକ୍ଳାଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ହଟାଇ ତାଙ୍କୁ ବଦଳି କରିଛନ୍ତି ।ଏହା ସହିତ କ୍ୟାଡରର ପରବର୍ତ୍ତୀ ସବୁଠାରୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିବାକୁ ଇସି ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ମହାରାଷ୍ଟ୍ରର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି  ଅପରାହ୍ନ ୧ଟା ସୁଦ୍ଧା ତିନିଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ପଠାଇବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଅକ୍ଟୋବର ୩୧ରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଡିଜିପି ରଶ୍ମୀ ଶୁକ୍ଲାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ରଶ୍ମୀ ପୁଣି ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପ କରିବାକୁ ନିଦେ୍ର୍ଦଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ । ଏଥିପାଇଁ ତାଙ୍କୁ ପଦରୁ ହଟାଯାଉ ବୋଲି ସେ ଦାବି କରିଥିଲେ । ଏହି ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରଶ୍ମୀଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ପଠାଯାଇଛି । ମହାରାଷ୍ଟ୍ରର ମହା ବିକାଶ ଆଘାଡି ସରକାର ସମୟରେ ରଶ୍ମୀ ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ । ସେତେବେଳେ କେତେକ ବରିଷ୍ଠ ରାଜନୈତିକ ନେତାଙ୍କ ବେଆଇନ ଭାବେ ଫୋନ୍ ଟ୍ୟାପ୍ କରିବା ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା । ମୁମ୍ବାଇରେ ଦାଖଲ ହୋଇଥିବା ପ୍ରଥମ ଏଫ୍ଆଇଆରରେ ସେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଏକନାଥ ଖାଡସେଙ୍କ ଫୋନକୁ ଟ୍ୟାପ୍ କରିଥିବା ଅଭିଯୋଗ ହୋଇଛି ।