ଚାଷୀଙ୍କୁ ମିଳୁନି ଧାନର ଉଚିତ୍ ମୂଲ୍ୟ : ଆନେ୍ଦାଳନ ପାଇଁ ସଜବାଜ
ଟାଙ୍ଗୀ-ଚୌଦ୍ୱାର: ଚାଷୀଙ୍କୁ ଅନେକ ସ୍ୱପ୍ନ ଦେଖାଇଥିବା ସରକାର ଧାନର ମୂଲ୍ୟ ବଢ଼ାଇ ଚାଷୀଙ୍କୁ ଉତ୍ସାହିତ କରୁଥିବାବେଳେ ଦାଉ ସାଜୁଛି ସମବାୟ ସମିତି । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା କୋଟସାହି ସେବା ସମବାୟ ସମିତି ଚାଷୀଙ୍କୁ ଧାନର ମୂଲ୍ୟ ଦେଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଅଞ୍ଚଳର କିଛି ଚାଷୀ ନିଜର ମୂଲ୍ୟ ପାଇନଥିବା ବେଳେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ବିଭାଗୀୟ ଅଧିକାରୀ କୋଟସାହି ସମବାୟ ସମିତି କାର୍ଯ୍ୟାଳୟରେ ପହଞ୍ଚô ଅଭିଯୋଗରତ ଚାଷୀଙ୍କୁ ଡକାଇ ତଦନ୍ତ କରିଥିଲେ । ଅନ୍ୟପକ୍ଷରେ ଧାନ ମଣ୍ଡିରେ ବହୁ ଦୁର୍ନୀତି ହେଉଥିବା କହିଥିବାବେଳେ ଧାନର ମୂଲ୍ୟ ମାଗିବାରୁ ସୋସାଇଟି ପକ୍ଷରୁ ଚାଷୀଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ମିଲର ନିଜର ମନମାନି ଦେଖାଇ ୧୯୫୦ ଟଙ୍କା ନେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ଲୁଟୁଥିବା ମିଲର ଓ ସମବାୟ ସମିତି ପକ୍ଷରୁ ତୁରନ୍ତ ଚାଷୀଙ୍କୁ ନିଜର ମୂଲ୍ୟ ନ ଦେଲେ କୋଟସାହି ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଟାଙ୍ଗୀ ଚୌଦ୍ୱାର ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ ଚେତାବନୀ ଦେଇଛନ୍ତି ।