ହରମାନପ୍ରୀତଙ୍କ ହାତରେ କମାଣ୍ଡ : କୃଷ୍ଣ ଓ ସୂରଜଙ୍କୁ ଶ୍ରୀଜେଶଙ୍କ ଦାୟିତ୍ୱ

ନୂଆଦିଲ୍ଲୀ :  ବିହାରର ରାଜଗିରରେ ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ତାର ପ୍ରଥମ ମ୍ୟାଚ୍ ଚୀନ୍ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍ ୨୯ ଅଗଷ୍ଟରେ ଖେଳାଯିବ । ଏହା ପରେ, ଭାରତୀୟ ଦଳ ଜାପାନ ଏବଂ କାଜାଖସ୍ତାନ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବ । ଏହା ପରେ, ସୁପର-୪ ରାଉଣ୍ଡ ମ୍ୟାଚ୍ ଖେଳାଯିବ । ହକି ଇଣ୍ଡିଆ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ କାଂସ୍ୟ ପଦକ ଜିତିଥିବା ହରମନପ୍ରୀତ ସିଂହଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦେଇଛି । କୃଷ୍ଣ ବାହାଦୁର ପାଠକ ଏବଂ ସୁରଜ କେରକେଟ୍ଟାଙ୍କୁ ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶଙ୍କ ଦାୟିତ୍ୱ ଦିଆଯାଇଛି । ଗତବର୍ଷ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପରେ ଶ୍ରୀଜେଶ ଅବସର ଘୋଷଣା କରିଥିଲେ । ସୁମିତ, ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ ଏବଂ ଜୁଗରାଜ ସିଂହଙ୍କୁ ଡିଫେନ୍ସ ପାଇଁ ରଖାଯାଇଛି । ସେହିପରି ମନଦୀପ ସିଂହ, ଶୈଳେନ୍ଦ୍ର ଲାକ୍ରା, ଅଭିଷେକ ଏବଂ ଦିଲପ୍ରୀତଙ୍କୁ ଫରୱାର୍ଡ ଲାଇନ୍ରେ ରଖାଯାଇଛି । ମନପ୍ରୀତ ସିଂହ ଏବଂ ବିବେକ ସାଗର ପ୍ରସାଦଙ୍କୁ ମିଡଫିଲ୍ଡର୍ ଭାବେ ଚୟନ କରାଯାଇଛି ।