ୟୁକ୍ରେନ୍ ଉପରେ ରୁଷର ପ୍ରହାର: ଶିଶୁ ସମେତ ୪ ମୃତ, ୧୮ ଆହତ


କିଭ: ଶାନ୍ତି ପାଇଁ କଥାବାର୍ତ୍ତା ମଧ୍ୟରେ ୟୁକ୍ରେନ ଉପରେ ବଡ ହମଲା କରିଛି ରୁଷ । ରବିବାର ପ୍ରତୁ୍ୟଷରେ ରୁଷ ୟୁକ୍ରେନ ଉପରେ ÿ ଆକାଶମାର୍ଗରୁ ସବୁଠାରୁ ବଡ ଆକ୍ରମଣ କରିଛି । ଯେଉଁଥିରେ ଅତି କମରେ ୪ଜଣଙ୍କର ମୃତୁ୍ୟ ହୋଇଛି  । କିଭରେ ୟୁକ୍ରେନୀୟ ସରକାରଙ୍କ ଆସନ ପୋଡ଼ି ଦିଆଯାଇଛି । ପ୍ରତିଶୋଧ ସ୍ୱରୂପ ୟୁକ୍ରେନ ବ୍ରାୟନସ୍କ ଅଞ୍ଚଳରେ ରୁଷିଆର ଡ୍ରୁଜବା ତୈଳ ପାଇପଲାଇନକୁ ଆକ୍ରମଣ କରିଥିଲା, ଯାହା ଫଳରେ ସରକାର ଓ ଶକ୍ତି ଭିତ୍ତିଭୂମି ଉଭୟରେ ଯୁଦ୍ଧ ବୃଦ୍ଧି ପାଇଛିା ।
କିଭର ପଶ୍ଚିମରେ ଏକ ନଅ ମହଲା ବିଶିଷ୍ଟ ଆବାସିକ କୋଠାରେ ଆକ୍ରମଣ ପରେ  ଜଣେ ମାଆ ଓ ତାଙ୍କ ଦୁଇ ମାସର ପୁଅ ସହ ୪ଜଣଙ୍କ ମୃତୁ୍ୟ ହୋଇଛି । ପୁଲିସ ଅନୁଯାୟୀ ୧୮ ଜଣ ଆହତ ହୋଇଛନ୍ତି । ଜଣେ ଏଏଫପି ରିପୋର୍ଟର ୟୁକ୍ରେନର ମନ୍ତ୍ରୀ କ୍ୟାବିନେଟର ଛାତ ନିଆଁରେ ଜଳୁଥିବା ଓ ରାଜଧାନୀ ଉପରେ ଧୂଆଁ ଉଠୁଥିବା ଦେଖିଛନ୍ତି । ଜରୁରୀକାଳୀନ ସେବା ଅନୁଯାୟୀ କିଭରେ ଡ୍ରୋନ୍ ଆକ୍ରମଣ ଅନେକ ଉଚ୍ଚÿ କୋଠାକୁ ମଧ୍ୟ କ୍ଷତିଗ୍ରସ୍ତ କରିଛି । ଆମେରିକା ଦ୍ୱାରା ଶାନ୍ତି ଚୁକ୍ତି ପାଇଁ ମଧ୍ୟସ୍ଥତା କରିବା ସତ୍ତ୍ୱେ ଯୁଦ୍ଧ ଶେଷ ପାଇଁ କଠୋର ଦାବିକୁ ଚାପି ଦେଇ ରୁଷ ୟୁକ୍ରେନ ଉପରେ ଏହାର ସାଢେ ତିନି ବର୍ଷର ଆକ୍ରମଣ ବନ୍ଦ କରିବାର କୌଣସି ସଙ୍କେତ ଦେଖାଇ ନାହିଁ । ୟୁକ୍ରେନ ବାୟୁସେନା ଅନୁଯାୟୀ, ଶନିବାର ବିଳମ୍ବିତ ରାତି ଓ ରବିବାର ପ୍ରତୁ୍ୟଷରେ ରୁଷ ୟୁକ୍ରେନ ଉପରେ ଅତି କମରେ ୮୦୫ ଡ୍ରୋନ୍ ଓ ୧୩ ଟି କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ଯୁଦ୍ଧର ସବୁଠାରୁ ବଡ ଆକ୍ରମଣÿ ।