୧୩ରୁ ଯାଜପୁର ଜିଲ୍ଲା ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା
ବ୍ୟାସନଗର : ଚଳିତମାସ ୧୩ ଓ ୧୪ ଦୁଇଦିନ ଧରି ଯାଜପୁର ଜିଲ୍ଲା ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ବ୍ୟାସନଗର ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେବ । ଉକ୍ତ ଖେଳର ଖେଳାଳୀ ଚୟନ କରାଯାଇ ଚଳିତ ୨୭ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଆସୋସିଏସନର ଆଥଲେଟିକ୍ ଟିମ୍ ଅଂଶ ଗ୍ରହଣ କରିବେ ।
ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବିଭାଗ (ଉଭୟ ବାଳକ ଏବଂ ବାଳିକା)ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଖେଳାଳୀଙ୍କ ବୟସ ୨୦୧୧ ଡିସେମ୍ବର୧ ତାରିଖ ରୁ ୨୦୧୩ ନଭେମ୍ବର ୩୦ ତାରିଖ,୧୬ ବର୍ଷରୁ କମ୍ବିଭାଗ (ଉଭୟ ବାଳକ ଏବଂ ବାଳିକା) ପାଇଁ ବୟସ ୨୦୦୯ ଡିସେମ୍ବର ୧ ତାରିଖରୁ ୨୦୧୧ ନଭେମ୍ବର ୩୦ ତାରିଖ, ୧୮ ବର୍ଷରୁ କମ୍ ବିଭାଗ (ଉଭୟ ବାଳକ ଏବଂ ବାଳିକା) ପାଇଁ ବୟସ ୨୦୦୭ ଡିସେମ୍ବରରୁ ୧ ତାରିଖରୁ ୨୦୦୯ ନଭେମ୍ବର ୩୦ ତାରିଖ ମଧ୍ୟରେ, ୨୦ ବର୍ଷରୁକମ୍ ବିଭାଗ (ଉଭୟ ବାଳକ ଏବଂ ବାଳିକା) ପାଇଁ ବୟସ ୨୦୦୫ ଡିସେମ୍ବର ୧ ତାରିଖରୁ ୨୦୦୭ ନଭେମ୍ବର ୩୦ ତାରିଖ ମଧ୍ୟରେ୨୩ବର୍ଷରୁ କମ୍ବିଭାଗ (ଉଭୟ ବାଳକ ଏବଂ ବାଳିକା) ପାଇଁ ବୟସ ୨୦୦୨ ଡିସେମ୍ବର ୧ ତାରିଖରୁ ୨୦୦୫ ନଭେମ୍ବର ୩୧ ତାରିଖ ମଧ୍ୟରେ ଏବଂ ସିନିୟର ବିଭାଗ (ଉଭୟ ପୁରୁଷ ଏବଂ ମହିଳା) ପାଇଁ ବୟସ ୨୦୦୨ ନଭେମ୍ବର ୩୦ ତାରିଖ ପୂର୍ବରୁ ଜନ୍ମ ହୋଇଥିବା ଆବଶ୍ୟକ । ସେହିପରି ୨୦୧୩ ନଭେମ୍ବର ୩୦ ତାରିଖ ପରେ ଜନ୍ମହୋଇଥିବା ଖେଳାଳୀ ମାନଙ୍କୁ ଅଂଶଗ୍ରହଣ କରିବାରେ ବାରଣ ରହିଛି । ୧୪ ବର୍ଷ, ୧୬ ବର୍ଷ ଏବଂ ୧୮ବର୍ଷରୁ କମ୍ ବିଭାଗର ଖେଳ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ, ୨୦, ୨୩ ଏବଂ ସିନିୟର ବିଭାଗର ଖେଳ ୧୬ତାରିଖରେ ଅନୁଷ୍ଠିତ ହେବ। ଜଣେ ଖେଳାଳୀ ସର୍ବାଧିକ ୨ ଗୋଟିଖେଳରେ ଅଂଶଗ୍ରହଣ କରିପାରିବେ । ସମସ୍ତ ଖେଳାଳୀ ଚଳିତ ମାସ ୧୦ତାରିଖ ସୁଧା ରେଜିଷ୍ଟ୍ରେସନ୍ କରିବା ବାଧ୍ୟତା ମୂଳକ। ରେଜିଷ୍ଟ୍ରେସନ୍ ପାଇଁ ଫର୍ମଏବଂ ଅଧିକ ବିବରଣୀ ପାଇଁ ଜିଲ୍ଲା କ୍ରିଡ଼ା ବିଭାଗ (ଯାଜପୁର)ଏବଂ ଯାଜପୁର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର ଆଥଲେଟିକ୍ ସମ୍ପାଦକଙ୍କ ସହିତ ଯୋଗାଯୋଗ କରିବାକୁ ସାଧାରଣ ସଂବିତ ମହାନ୍ତି ଅନୁରୋଧ କରିଛନ୍ତି ।