ଟାଟାଷ୍ଟିଲ ରେଳପଥ ବିବାଦ ଜିଲାପାଳଙ୍କୁ ଭେଟିଲେ ଚାଷୀ
ାା ପ୍ରଭାନୁ୍ୟଜ ।ା ଯାଜପୁର : ଡୁବୁରୀ ଷ୍ଟେସନ ଠାରୁ ଟାଟାଷ୍ଟିଲ ପ୍ରକଳ୍ପକୁ ରେଳ ସଂଯୋଗ ବିବାଦ ଥମିବାର ନାଁ ଧରୁନି । ଜମି ଅଧିଗ୍ରହଣ ବିନା ପ୍ରକଳ୍ପ କାର୍ଯ୍ୟ ଆରମ୍ଭକୁ ନେଇ ଚଳିତ ମାସ ୧୪ତାରିଖ ଶହଶହ ଚାଷୀ ସୁକିନ୍ଦା ତହସିଲ ଘେରାଇ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ବିବାଦ ସମାଧାନ କେବଳ ଗତି ପଥ ପଦଳାଇବାରେ ସମ୍ଭବ ହେବ ବୋଲି ଚାଷୀ ଜିଦଧରି ରହିଛନ୍ତି । ଏପରି ସ୍ଥଳଳେ ଆଜି ସଂଖ୍ୟାଧିକ ଚାଷୀ ଜିଲାପାଳଙ୍କୁ ଭେଟି ସେମାନଙ୍କ ଆପତି ଅଭିଯୋଗ ଉପସ୍ଥାପନ କରିଥିଲେ । ଅନୁଗୁଳ ସୁକିନ୍ଦା ରେଳଲାଇନରୁ କଳିଙ୍ଗନଗର ଟାଟା ଷ୍ଟିଲ୍କୁ ୨ୟ ରେଳ ପଥକୁ ସମ୍ପୂର୍ଣ୍ଣ କୃଷି କ୍ଷେତ ମଧ୍ୟ ଦେଇ କରାଯିବା ପାଇଁ ସରକାରୀ ଓ କମ୍ପାନୀର ଉଦ୍ୟମକୁ ଚାଷୀ ବିରୋଧ କରିଥିଲେ । ପୂର୍ବତନ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ୬ ଗୋଟି ଭାଗରେ ବିଭକ୍ତ କରାଯାଇ ଜଣ ଜଣ କରି ସୁକିନ୍ଦା ତହସିଲଦାର ନିଜର କାର୍ଯ୍ୟାଳୟକୁ ଡାକି କାହିଁକି ସରକାରୀ ରେଳପଥକୁ ଜମିଦେବ ନାହିଁବୋଲି ଜେରା କରିଥିଲେ । ଆଉ ସମସ୍ତ ଚାଷୀ ସଫାସଫା ଚାଷ କରିବାକୁ ଆଉ ଜମିନାହିଁ ତେଣୁ ଚାଷ ଜମିବାଟେ ରେଳପଥ ପାଇଁ କୌଣସି ମୂଲ୍ୟରେ ବି ଜମି ଛାଡିପାରିବେ ନାହିଁ ବୋଲି ରୋକ୍ ଠୋକ ଭାବେ ସମସ୍ତେ ଲିଖିତ ଓ ମୈଖିକ ଭାବେ ଦର୍ଶାଇଥିଲେ । ଆଜି ନୂତନ ଜିଲାପାଳଙ୍କ ମଧ୍ୟ ଚାଷୀ ସେହି ସମାନ ଦାବି ରଖିଥିଲେ । ଦାବି ଶୁଣି ଜିଲାପାଳ କେନ୍ଦ୍ର ସରକାରଙ୍କ ରେଳ ବିଭାଗକୁ ଏଲାଇନ୍ ବନ୍ଦ କରିବା ପାଇଁ ସେ କହିପାରିବେନି, ମାତ୍ର ସରକାରଙ୍କୁ ଏହାର ଗତିପଥ ବଦଳାଇବା ପାଇଁ ସିପାରିଶ କରିବେ ବୋଲି ନିର୍ଭର ପ୍ରତିଶୁତି ଦେଇଥିବା ଚାଷୀ ନେତା କ୍ୟାପଟେନ୍ ପିତବାସ ମହାନ୍ତ, ଗୀରିଶ ଚନ୍ଦ୍ର ମହାନ୍ତ, ସୁଦର୍ଶନ ମହାନ୍ତ, ଅଜୟ ମହାନ୍ତ, ଆକାଶ ମହାନ୍ତ, ବାପି ମହାନ୍ତ ପ୍ରମୁଖ ସୂଚନା ଦେଇଛନ୍ତି ।