୧୮ରେ ପୁରୁଷ ଭଲିବଲ୍ ଦଳ ଚୟନ 

 ବ୍ୟାସନଗର : ଯାଜପୁର ଜିଲ୍ଲାକ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆସନ୍ତା ୧୮ତାରିଖରେ ବ୍ୟାସନଗର ଷ୍ଟାଡ଼ିୟମରେ ଆନ୍ତଃଜିଲ୍ଲା ଭଲିବଲ୍ ପାଇଁ ଯାଜପୁର ଜିଲ୍ଲା ଭଲିବଲ୍ ଦଳ ଚୟନ ଶିବିର ଅନୁଷ୍ଠିତ ହେବ । ଦଳ ଆସନ୍ତା ୨୦ ତାରିଖରୁ କିଟ୍ରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃଜିଲ୍ଲା ଭଲିବଲ୍ ଚାମ୍ପିଅନ୍ସିପ୍ରେ ଯୋଗ ଦେବେ । ଏଣୁ ଇଚ୍ଛୁକ ଖେଳାଳୀ ଦିବା ୩ଘଟିକା ସମୟରେ ପହଁଚି ଭଲିବଲ୍ ବିଭାଗୀୟ ଅସିତ୍ ପାଲ୍ଙ୍କ ନିକଟରେ ପଞ୍ଜିକରଣ କରାଇବାକୁ ସାଧାରଣ ସଂପାଦକ ସମ୍ବିତ ମହାନ୍ତି ସୂଚନା ଦେଇଛନ୍ତି ।