ଅନିଶ୍ଚିତତା ଘେରରେ କଲରଙ୍ଗୀଅତା ଫେକର ମାଇନ୍ସ : ପରିବେଶ ମଞ୍ଜୁରୀ ନିମନ୍ତେ ଆବେଦନ ଖାରଜ 

 କାଳିଆପାଣି :  କାଳିଆପାଣି ଅଞ୍ଚଳର କଲରଙ୍ଗୀ ଅତା ଠାରେ ଥିବା ଫେକର କମ୍ପାନୀର କ୍ରୋମାଇଟ ଖଣିଟି ଗତ ଦୁଇବର୍ଷ ଠାରୁ ବନ୍ଦ ରହିଛି । ଫେକର ବେଦାନ୍ତ କମ୍ପାନୀ ପକ୍ଷରୁ ଗତ ୨୦୧୧ମସିହାରେ ଉକ୍ତ ଖଣିକୁ ଲିଜ୍କୁ ନେଇ ଖଣି କାର୍ଯ୍ୟ ଆରମ୍ଭ କରିଥିଲା । ୨୦୧୧ମସିହା ଠାରୁ ଉକ୍ତ ଖଣିରେ ୧୨୦ଜଣ ଲୋଡ଼ିଂ ଶ୍ରମିକ ଏବଂ ୧୨୦ଜଣ ସ୍ଥାୟୀ ଖଣି ଶ୍ରମିକ କାମ କରୁଥିଲେ । କିନ୍ତୁ ପରିବେଶ ମଞ୍ଜୁରୀ ନମିଳିବାରୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଗତ ୨୦୨୩ ମସିହା ଫେବୃଆରୀ ମାସ ୨୩ ତାରିଖ ଠାରୁ ଉକ୍ତ ଖଣିକୁ ବନ୍ଦ କରି ଦିଆଯାଇଥିଲା । ପରିଣାମ ସ୍ୱରୂପ ସେଇ ଦିନ ଦିନଠାରୁ ଉକ୍ତ ଖଣିରେ କାର୍ଯ୍ୟରତ ୨୪୦ଖଣି ଶ୍ରମିକ ସିଧାସଳଖ ଜୀବିକା ହରାଇଥିଲେ । କମ୍ପାନୀ ପକ୍ଷରୁ ଉକ୍ତ ଖଣିକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ପ୍ରଦୂଷଣ ବୋର୍ଡ ନିକଟରେ ଆବେଦନ କରାଯାଇଥିଲା । ଗତ ମାସ ଜୁନ,୨୬/୨୦୨୫ତାରିଖରେ ଏସଇଆଇଏଏ ବୈଠକରେ ଏସମ୍ବନ୍ଧରେ ଶୁଣାଣି ହୋଇଥିଲା ।
 କଲରଙ୍ଗିଅତା ଖଣି ଅଞ୍ଚଳର ପରିବେଶ ସମ୍ବନ୍ଧୀୟ ବା ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଥିବା ପାଣି ଏବଂ ମାଟିରେ ହେକ୍ସାଭାଲେଂଟ କ୍ରୋମିୟମ ଲେବଲର ପରିମାଣ ମାତ୍ରାଧିକ ଠାରୁ ଢେର ଅଧିକ ରହିଥିବାର ତଦନ୍ତ ରିପୋର୍ଟ ମିଳିଥିଲା । ଯେଉଁଥିପାଇଁ ଉକ୍ତ ଖଣି ଖନନ ପାଇଁ ମଞ୍ଜୁରୀ ମିଳିବା ବର୍ତମାନ ପାଇଁ ସମ୍ଭବ ହୋଇପାରୁନାହିଁ । ଫେକର କମ୍ପାନୀ ପକ୍ଷରୁ ପରିବେଶଗତ ମଞ୍ଜୁରୀ ନିମନ୍ତେ ଆବେଦନକୁ ବୋର୍ଡ ଖାରଜ କରିଦେଇଛନ୍ତି । ପରିଣାମ ସ୍ୱସୃପ ଆସନ୍ତା ଏକବର୍ଷ ପାଇଁ କଲରଙ୍ଗୀ ଅତା କ୍ରୋମାଇଟ ମାଇନ୍ସ (ଫେକର) ପୁନଃ ଚାଲୁ କରିବା ସମ୍ଭବ ହୋଇପାରିବ ନାହିଁ । ଯାହା ଫଳରେ ଉକ୍ତ ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି । ପ୍ରକାଶ ଥାଉକି ଫେକର କମ୍ପାନୀ ଉକ୍ତ ଖଣିରେ କାମ କରୁଥିବା ଶ୍ରମକ ମାନଙ୍କୁ ସମ୍ପୂର୍ଣ ଛଟେଇ ନକରି୨ବର୍ଷଧରି ଅର୍ଥାତ ୨୦୨୩ ମସିହା ଫେବୃଆରୀ ମାସଠାରୁ ଖଣିକାର୍ଯ୍ୟ ବନ୍ଦ ରହିଥିଲେ ସୁଦ୍ଧା ମାସିକ କିଛି କିଛି ଅନୁଦାନ ରାଶି ଦେଇଆସୁଛି । ବର୍ତମାନ କମ୍ପାନୀ ଉକ୍ତ ଅନୁଦାନ ରାଶିକୁ ଶ୍ରମିକ ମାନଙ୍କୁ ଦେବାପାଇଁ ସକ୍ଷମ ହେବ କି ନାହିଁ ତାହା ଆଗକୁ ଜଣା ପଡିବ ।ଣାରେ ସାମାନ୍ୟ ଆହତ ହୋଇଥିଲେ । ମଦ୍ୟପାନ ହିଁ ଦୁର୍ଘଟଣାର କାରଣ ଥିଲା । ଏକଥାକୁ ଭଲଭାବେ ବୁଝିଥିବା କଲେଜ ଛାତ୍ର ସେମାନଙ୍କ ଜୀବନ ମଦୁଆ ଡ଼୍ରାଇଭର ହାତରେ ଥିବା ଜାଣି ଉତ୍ୟକ୍ତ ହୋଇପଡ଼ିଥିଲେ । ଦୁର୍ଘଟଣାରୁ ବର୍ତି ଯାଇଥିବା ଛାତ୍ର ଡ଼୍ରାଇଭରକୁ ଉତମଧ୍ୟମ ଦେବାକୁ ଚାହିଁଥିଲେ ବି ନିବୃତ ରହିଥିଲେ । ଦୁର୍ଘଟଣାରେ ଅଟୋ ଡ଼୍ରାଇଭର ଗୁରୁତର ହୋଇ ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ । ପୂର୍ବରୁ ଉକ୍ତ କଲେଜର ଏକ ବସ ଦୁର୍ଘଟଣା ଘଟାଇଥିଲା । ଯାହାକୁ ନେଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା ଆଉ ପୁଲିସ ଗାଡ଼ିକୁ ଥାନାକୁ ନେଇଯାଇଥିଲା । ପ୍ରଶ୍ନ ଉଠୁଛି, କଲେଜରୁ ଛାତ୍ରଛାତ୍ରୀଙ୍କୁ ଧରି ହଷ୍ଟେଲ ହେଉ କି ହଷ୍ଟେଲରୁ କଲେଜ ନେଇ ଯାଉଥିବା ବସ ଡ୍ରାଇଭର ମଦୁଆ ନାଁ ଭଲ ତାହାର ତର୍ଜମା କରାଯାଉନଥିବାରୁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାରେ ଲାଗିଛି । ଏକ୍ସଲେସର କଲେଜ କର୍ତୁପକ୍ଷ ଏକ୍ଷେତ୍ରରେ ବେପରୁଆ କାହିଁକି? ଲକ୍ଷଲକ୍ଷ ଟଙ୍କା ଦେଇ କଲେଜର ନାଁ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଆଣିବା ଏବଂ ଛାଡ଼ିବା ଦାୟୀତ୍ୱ କର୍ତ୍ତୁପକ୍ଷଙ୍କ ହୋଇଥିଲେ ହେଁ ଏକ୍ଷେତ୍ରକୁ କିନ୍ତୁ ଉପେକ୍ଷା କରିଚାଲିଛନ୍ତି । ଯାହା ଫଳରେ ଛୋଟବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି । ଅନ୍ୟପକ୍ଷରେ ରାଜରାସ୍ତାରେ ଗାଡ଼ି ମୋଟର ଯାଞ୍ଚ କରୁଥିବା ପରିବହନ ବିଭାଗ କଲେଜ ହେଉ କି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା ଚଲାଯାଉଥିବା ଗାଡ଼ି ସରକାରୀ ନିୟମ ଭିତରେ ଚାଲୁଛି ନାଁ ବେନିୟମରେ ତାର କୈାଣସି ଯାଞ୍ଚ କରାଯାଉନି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିବା ପରି ଲାଗିଛି । ଯଦି କୈାଣସି ସମୟରେ କିଛି ଅଘଟଣ ଘଟିଲା, ତେବେ ସେଥିପାଇଁ ଦାୟୀ କିଏ ରହିବ ପରିବହନ ବିଭାଗ ନାଁ କଲେଜ କର୍ତ୍ତୁପକ୍ଷ ।