ଧାନମଣ୍ଡିରେ କଟନିଛଟନି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
ଯାଜପୁରଟାଉନ: ଚଳିତବର୍ଷ ଧାନସଂଗ୍ରହ ମିଲରମାନଙ୍କ ଅସହଯୋଗ ପାଇଁ ମଣ୍ଡିରୁ ଧାନ ଉଠିପାରୁନାହିଁ । ଏଭଳି ଅଭିଯୋଗ ଦଶରଥପୁର ବ୍ଲକ୍ ଅଂଚଳର ଚାଷୀ ଜିଲ୍ଲାପାଳଙ୍କୁ ଭେଟି କରିଛନ୍ତି । ବର୍ଷର ଧାନସଂଗ୍ରହ ମିଲରମାନଙ୍କ ଅସହଯୋଗ ଯୋଗୁଁ ମଣ୍ଡିରୁ ଧାନ ଉଠିପାରୁନାହିଁ । ଯାହା ଫଳରେ ଜାନୁଆରୀ ମାସର ୨ୟ ସପ୍ତାହ ହୋଇଯାଇଥିଲେ ମଧ୍ୟ ଚାଷୀମାନଙ୍କ ଧାନ ଟୋକନ୍ ରିମାଣ୍ଡର ମେସେଜ୍ ଆସିଲାଣି ଏବଂ ଯେଉଁ ମିଲରମାନେ ଧାନ ମଣ୍ଡିକୁ ଆସୁଛନ୍ତି କ୍ୱିଂଟାଲ ପ୍ରତି ୫ ରୁ ୬ କି.ଗ୍ରା ଧାନ କାଟିବା ପାଇଁ ·ଷୀମାନଙ୍କୁ ବାଧ୍ୟ କରୁଛନ୍ତି । ଫଳରେ ମଣ୍ଡିରେ ବହୁ ସମୟରେ ଚାଷୀ ଏବଂ ମିଲର ମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବାକ୍ବିତଣ୍ଡା ହେଉଛି । ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ଚାଷୀମାନେ କିଭଳି ଧାନ ଦେଇପାରିବେ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହାର ସମାଧାନ କରାଗଲେ ଦଶରଥପୁର ବ୍ଲକ୍ ଚାଷୀମାନେ ଉପକୃତ ହେବା ସହିତ ଧାନ ବିକି୍ର ପ୍ରକ୍ରିୟା ଶୃଙ୍ଖଳିତ ହୋଇପାରିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ଦିନବନ୍ଧୁ ରାଉତ, ରବିନ୍ଦ୍ର ପାଗଳ, ଦେବେନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ତି୍ରପାଠୀ, ଧ୍ରୁବଚରଣ ନନ୍ଦି, ଅଜୟ କିଶୋର ରାଉତ, ସୁଧାଂଶୁ କୁମାର ଜେନା, ପ୍ରଦୀପ ସ୍ୱାଇଁ, ମଦନମୋହନ ଦେବତା, ନଗେନ୍ଦ୍ର କୁମାର ରାଉତ, ଅକ୍ଷୟ କୁମାର ନାୟକ, ନିରାକାର ସାହୁ, ମଳୟ ପଣ୍ଡା, ବିକ୍ରମ ରାଉତ, ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
