୭୪ତମ ରକ୍ତଦାନ କରି ସମ୍ବର୍ଦ୍ଧିତ ହେଲେ ଶାନ୍ତନୁ  

 ତାଳଚେର : ତାଳଚେରର ସର୍ବଶ୍ରେଷ୍ଠ ରକ୍ତଦାତା ତଥା ଶିକ୍ଷକ ଶାନ୍ତନୁ କୁମାର ସାହୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ତାଙ୍କର ୭୪ତମ ରକ୍ତଦାନ କରିଛନ୍ତି । ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଧାନ ରକ୍ତଦାତା ଶାନ୍ତନୁଙ୍କୁ ଉତ୍ତରୀୟ ଓ ୭୪ତମ ରକ୍ତଦାନ ନିମନ୍ତେ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଗଙ୍ଗାଧର ବେହେରା, ତାଳଚେର ରକ୍ତ ଭଣ୍ଡାର ଅଧିକାରୀ ଡା. ବିନୟ କୁମାର ପାଢ଼ୀ,ଜିଲ୍ଲା ରେଡ଼କ୍ରସ ସୋସାଇଟି ର ସକ୍ରିୟ ସଦସ୍ୟ ତଥା ସମାଜସେବୀ ବଳରାମ ପତି ଏବଂ ତାଳଚେର ରକ୍ତ ଭଣ୍ଡାରର କର୍ମଚାରୀ ଗଣ ଉପସ୍ଥିତ ଥିଲେ ।