ଦେବ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରାଜୁଏସନ-ଡେ
ବ୍ୟାସନଗର: ଶୁକ୍ରବାର ଦେବ ଇଂଟରନ୍ୟାସନାଲ ସ୍କୁଲରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ-ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁନି କୁନି ପିଲାଙ୍କର ଏଭଳି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ ଆନନ୍ଦ ମୁଖର ହୋଇଥିଲେ । ପିଲାମାନଙ୍କୁ ସ୍ୱାଗତ କରାଯିବା ସହ ଗ୍ରାଜୁଏସନ-ଡେର ପୋଷାକ ଓ ଟୋପି ପ୍ରଦାନ କରାଯାଇଥିଲା । କର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳିଙ୍ଗନଗର ଜିନ୍ଦଲ ଷ୍ଟିଲ ପ୍ଲାଂଟ ୟୁନିଟ ମୁଖ୍ୟ ଦୀପକ ଅଗ୍ରୱାଲ ଓ ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଯୋଗ ଦେଇ ଦୀପ ପ୍ରଜ୍ୱଳିତ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଚେଷ୍ଟା ଦ୍ୱାରା ହିଁ ସଫଳତାର ମାର୍ଗ ସରଳ ଓ ସହଜ ହୋଇଥାଏ ବୋଲି କହିଥିଲେ ମୁଖ୍ୟ ଅତିଥି । ସିସିଏ ମୁଖ୍ୟ ବଲବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ବେଲୁନ୍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ସ୍ୱାଗତ ଲାଗି ବିଦ୍ୟାଳୟ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା । ବିଦ୍ୟାଳୟ ମୁଖ୍ୟ ଦ୍ୱାରରେ ସମସ୍ତ ପିଲାଙ୍କୁ ପୁଷ୍ପ ଦ୍ୱାରା ସ୍ୱାଗତ କରାଯାଇଥିଲା । କୁନିକୁନି ପିଲାଙ୍କର ନାଚ, ଗୀତ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ଅଭିଭାବକ ଶିକ୍ଷାର ବିକାଶ ଦିଗରେ ସମସ୍ତେ ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ପଟ୍ଟନାୟକ, ସାଗରିକା ଗୁରୁ, ହେମାଙ୍ଗିନୀ ଦେହୁରୀ, ପ୍ରାର୍ଥନା ଦାସ, ସ୍ମିତା ପଣ୍ଡା, ନିଲମ ମିଶ୍ର, ସ୍ରୋତଶ୍ୱିନୀ ପୃଷ୍ଟି, ନିବେଦିତା ଦାଶ, ପ୍ରଭାସିନୀ ଚିନରା, ପ୍ରିୟତମା ଜେନା, ଅପରିମିତା ସାମଲ, ରୋଜାଲିନ ସାମନ୍ତରାୟ, ମିନତିଲତା ବାରିକ, ସନ୍ଧ୍ୟାରାଣୀ ମାରାଣ୍ଡି, ଇତିଶ୍ରୀ ସ୍ୱାଇଁ, ମଧୁସ୍ମିତା ଚକ୍ରବର୍ତୀ, ଦୀପ୍ତି ମିତ୍ରା, ସୁମିତ୍ରା ସାହୁ, ଅଞ୍ଜନା ମହାପାତ୍ର ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର କଳା ଶିକ୍ଷକ ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା ମଞ୍ଚ ସାଜସଜା କରିଥିଲେ । ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ବେହେରା ଓ ଏସ୍ ପୁଣ୍ୟତୋୟାଙ୍କ ଦ୍ୱାରା ପିଲାଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । ସ୍କୁଲ ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।