ଗଙ୍ଗେଇ ଡ଼ୁବୁରୀ ଖଣି ଉପରେ ଲୁଟେରାଙ୍କ ନଜର
ଯାଜପୁର-ଜାରକା,: ପ୍ରଶାସନ ନିର୍ବାଚନରେ କାମରେ ବ୍ୟସ୍ତ । ଏଇ ମଉକାରେ ସକ୍ରିୟ ହୋଇପଡ଼ିଛନ୍ତି କଳାପଥର ଲୁଟେରା । ଧର୍ମଶାଳା ତହସିଲ ଲୁଣିବେର ମୌଜାରେ ଥିବା ଗଙ୍ଗେଇ ଡ଼ୁବୁରୀ ଖଣି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଲୁଟେରା । ଲୁଟେରା ଇତିମଧ୍ୟରେ କରିଦେଇଛନ୍ତି ପଥର ଲୁଟ୍ । ନିର୍ବାଚନର ଘନାଘଟା ଭିତରେ ସ୍ଥାନୀୟ ଲୁଟେରାଙ୍କ ପାଇଁ ପରିସ୍ଥିତି ଏବେ ପୁରା ପୁଷ ମାସ ହୋଇଛି । ପ୍ରଶାସନ ସେଠାରେ ନାଲି ପତାକା ମାରି ପୁରା ଖଣି ଅଞ୍ଚଳକୁ ନିଶିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ ସ୍ଥାନୀୟ ଚଢ଼େଇଧରା ଗ୍ରାମର କିଛି ତଥା କଥିତ ଲୁଟେରା କଳାପଥର ଲୁଟି ଚାଲିଛନ୍ତି । ନିର୍ବାଚନ ମାହୋଲ ସେମାନଙ୍କ ପାଇଁ ପୁସମାସ ପାଲଟିଛି । ନିଜକୁ ସରକାରି ଦଳର କାର୍ପଟଦାର ବୋଲାଉ ଥିବା କିଛି ଲୁଟେରା ସରକାରି କଳକୁ ହାତ ବାରିସ କରି ଦିନ ଦ୍ୱିପହରେ ମେସିନର ବ୍ୟବହାର କରି କଳା ପଥର ଉତୋଳନ କରିଚାଲିଛନ୍ତି । ଗୋଟେପଟେ ଖଣି ବିଭାଗ ଚୁପ ବସିଥିବା ବେଳେ ଅନ୍ୟପଟେ ଜେନାପୁର ଥାନା ପୁଲିସ ଏବଂ ତହସିଲ କର୍ତୁପକ୍ଷ ନିରବ ବସିଛନ୍ତି । ଧର୍ମଶାଳା ଥାନା ଚଢେଇଧରା ଫାଣ୍ଡିର ନାକ ତଳେ ଏଭଳି ବେଆଇନ ଖନନ ଚାଲିଛି । ଭୋଟ ବଢାଇବାର ଦାୟିତ୍ୱ ବହନ କରିଥିବା ନେତା ଓ ନେତ୍ରୀ କୁଆଡେ ଏହି ପଥର ଚୋରି ଟଙ୍କାକୁ ଭୋଟ ବଢ଼ାଇବା ପାଇଁ ବ୍ୟବହାର କରିବେ ବୋଲି ଶୁଣାଯାଉଛି । କିଛି ଦିନ ପୂର୍ବରୁ ଏଠାରେ ବେଆଇନ ଭାବେ ଖଣି ଖନନ ବେଳେ ଦୁର୍ଘଟନା ଘଟି ଦୁଇ ଜଣଙ୍କ ମୃତୁ୍ୟ ପରଠାରୁ ଏଠାରେ ଖଣି ଖନନ ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ଏବେ କିନ୍ତୁ ନିର୍ବାଚନ ବ୍ୟସ୍ଥତାକୁ ଉପଯୁକ୍ତ ସୁଯୋଗ ଭାବରେ ବ୍ୟବହାର କରି ମାତିଛନ୍ତି ଲୁଟେରା । ଖଣି ଦୁର୍ଘଟଣା ପରେ ଖଣିରୁ ପଥର ଉତୋଳନ କରିବା ଚେଷ୍ଟା କରିବା ଫଳରେ ଦୁଇ ଗୋଷ୍ଠି ମଧ୍ୟରେ ମାରପିଟ୍ ହୋଇ ଘଟଣା ଥାନାରେ ପହଁଚିବା ପରେ ପୁଣି ବନ୍ଦ ରହିଥିଲା । ସେହିଦିନ ଠାରୁ ତତ୍କାଳୀନ ଲିଜ ଧାରୀ ସେଠାରୁ ଦୂରେଇ ଯାଇ ଥିଲେ । ହେଲେ ଲୁଟେରା କଳାପଥର ଲୁଟିବାରେ ବ୍ୟସ୍ତ । ଲୁଟେରା ଚୋରା ପଥରକୁ ବିକ୍ରୀ କରୁଥିବାରୁ କ୍ରସର୍ ମାଲିକ ଶାଗ ମାଛ ଦରରେ କିଣି ମାଲା ମାଲ୍ ହେବା ସହିତ ବଜାର ଦର ଠାରୁ କମ୍ ମୂଲ୍ୟରେ ବିକ୍ରୀ କରୁଛନ୍ତି । ଜିଲା ଖଣି ବିଭାଗର ନଜର କେବେ ପଡ଼ୁଛି, ତାହା ଦେଖିବାର ଅଛି ।