ଯୁଗ୍ମ ଜନଶୁଣାଣି ଶିବିର
ନବରଙ୍ଗପୁର/ଝରିଗାଁ : ଝରିଗାଁ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ମୋଟ୍ ୩୦ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୧ଗୋଟି ବ୍ୟକ୍ତିଗତ ଅଭିଯୋଗ ଓ ୧୯ଗୋଟି ଗ୍ରାମ୍ୟ ତଥା ସାମୁହିକ ଅଭିଯୋଗ ଥିଲା । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୯ ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାର ନୂତନ ସହାୟତା କାର୍ଡ ପ୍ରଦାନ କରାଯାଇଥିଲା ।