ଏସି ପାଇଁ ଆପଣ ରୋଗରେ ପଡିପାରନ୍ତି! କିପରି?

ଏସି ପାଇଁ  ଆପଣ ରୋଗରେ ପଡିପାରନ୍ତି!  କିପରି?

ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଏସିର ବ୍ୟବହାର କରିଥାନ୍ତି । କିନ୍ତୁ ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ କି କ’ଣ ଏସି ଜଣଙ୍କୁ ରୋଗାକ୍ରାନ୍ତ କରିଦେଇପାରେ? ତେବେ ଏସି ପାଇଁ ଜଣେ ରୋଗରେ ପଡିପାରେ । ଆସନ୍ତୁ ଜାଣିବା ଏହା କିପରି ହୋଇଥାଏ ।

ଶକ୍ତି ମନ୍ତ୍ରଣାଳୟର ବିଶେଷଜ୍ଞ କହିଛନ୍ତି ଏସିକୁ ୨୬ ଡିଗ୍ରୀ ସେଲସିୟସ କିମ୍ବା ଏହା ପାଖାପାଖି ତାପମାତ୍ରାରେ ଚଲାଇବା ଉଚିତ । ଏହା ସହିତ ଫ୍ୟାନ୍ ଚଲାଇ ପାରିବେ । ସେ କହିଛନ୍ତି କିଛି ଲୋକ ଏସିକୁ ୨୦ କିମ୍ବା ୨୨ ଡିଗ୍ରୀ ସେଲସିୟସରେ ଚଲାଇଥାନ୍ତି । ଏହାଦ୍ୱାରା ସେମାନଙ୍କୁ ଥଣ୍ଡା ଲାଗିଥାଏ ଓ ସେମାନେ କମ୍ବଳ ବ୍ୟବହାର କରିଥାନ୍ତି । ଏହାଦ୍ୱାରା ୨ ଗୁଣ କ୍ଷତି ହୋଇଥାଏ ।

ମଣିଷର ଶରୀର ୨୩ ଡିଗ୍ରୀରୁ ଆରମ୍ଭ କରି ୩୯ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହଜରେ ସହ୍ୟ କରିପାରେ । ଏହାକୁ ମାନବ ଶରୀରର ତାପମାନ ସହିଷ୍ଣୁତା କୁହାଯାଏ । ଆମେ ଏସିକୁ ଯେତେବେଳେ ୧୯-୨୦ କିମ୍ବା ୨୧ ଡିଗ୍ରୀରେ ଚଲାଇଥାଉ ସେତେବେଳେ ରୁମ୍‌ର ତାପମାତ୍ରା ବହୁତ କମ୍ ହୋଇଯାଇଥାଏ ଓ ଏହା ଫଳରେ ଶରୀରରେ ହାଇପୋଥର୍ମିଆ ନାମକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ ।