ଶୋଇବା ସମୟରେ ମାନନ୍ତୁ ଏହି ନିୟମ

ଶୋଇବା ସମୟରେ ମାନନ୍ତୁ ଏହି ନିୟମ


ବାସ୍ତୁ ଶାସ୍ତ୍ରରେ ଶୋଇବାର ଦିଗ ସହ କିଛି ଏଭଳି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ଧନସମ୍ପତ୍ତି, ସୁଖସମୃଦ୍ଧିକୁ ଆକର୍ଷିତ କରିଥାଏ । ଏଥିପାଇଁ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଏପରି କିଛି ଜିନିଷ ରଖି ପାରିବେ, ଯାହା ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିଥାଏ । ଧନ ଲାଭ ହୋଇଥାଏ ।ଜାତକରେ ରାହୁ ଦୋଷ ଥିଲେ ତକିଆ ତଳେ କିଛି ପାନ ମଧୁରୀ ରଖି ଦିଅନ୍ତୁ । ଏହାଦ୍ୱାରା ଜାତକରୁ ରାହୁଙ୍କ କୁପ୍ରଭାବ ଦୂର ହୋଇଥାଏ । ସମସ୍ୟାରୁ ମୁକ୍ତି ମିଳିଥାଏ ।ଯଦି ଆପଣଙ୍କୁ ବାରମ୍ବାର ଆର୍ଥିକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡୁଛି, ତେବେ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ଗୋଟିଏ ଗ୍ଲାସ କ୍ଷୀର ରଖି ଦିଅନ୍ତୁ । ଏହାପରେ ପରଦିନ ଏହି କ୍ଷୀର ଗ୍ଲାସକୁ ଗଛ ମୂଳରେ ଢାଳି ଦିଅନ୍ତୁ । ଏହି ଉପାୟ ୭ଟି ରବିବାର କରନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଆପଣଙ୍କ ପକେଟ୍‌ ଓ ଆଲମିରା କଦାପି ଖାଲି ରହିବ ନାହିଁ ।ଯଦି ରାତିରେ ଶୋଇବା ସମୟରେ ବାରମ୍ବାର ଆପଣଙ୍କ ନିଦ ଭାଙ୍ଗି ଯାଉଛି, ତେବେ ତକିଆ ତଳେ ଲୁହାର କିଛି ଜିନିଷ ରଖି ଦିଅନ୍ତୁ । ଏହାଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ । ଭଲ ନିଦ ମଧ୍ୟ ହୋଇଥାଏ । ଦିନ ଯାକ ସତେଜ ଅନୁଭବ କରିବେ ।ରାତିରେ ତକିଆ ତଳେ ଏକ ରସୁଣ ରଖି ଦିଅନ୍ତୁ । ଏହାଦ୍ୱାରା ମଧ୍ୟ ଭଲ ନିଦ ହୋଇଥାଏ ।ରୋଗରୁ ରକ୍ଷା ପାଇବା ପାଇଁ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ସହ ତକିଆ ତଳେ ଏକ କଏନ ରଖି ଦିଅନ୍ତୁ । ଏହାସହ କକ୍ଷରେ ଏକ କାଚ ପାତ୍ରରେ ଲୁଣ ରଖି ଦିଅନ୍ତୁ । ପ୍ରତି ସପ୍ତାହରେ ପାତ୍ରର ଲୁଣ ବଦଳାଇ ଦିଅନ୍ତୁ । ଏହାଦ୍ୱାରା ଖୁବ୍‌ ଲାଭ ମିଳିଥାଏ । ଶୋଇବା ସମୟରେ ତକିଆ ତଳେ ଏକ ସବୁଜ ଗୁଜୁରାତି ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ