ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବନି କୋରେଇ : ଆକାଶ ଦାସନାଏକ

ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବନି କୋରେଇ  :  ଆକାଶ ଦାସନାଏକ

ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ବିଧାୟକ ଆକାଶ ଦାସନାଏକଙ୍କ କାଉଣ୍ଟର । ଯାଜପୁର ଦେବକୀ ଓ କୋରେଇ ଯଶୋଦା ମାଆ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି । କ୍ଷମତାର ଶୀର୍ଷରେ ଥିବା ବେଳେ କୋରେଇ ମାଆ କଥା ମନେ ପଡିଲାନି । କ୍ଷମତା ଗଲା ପରେ କୋରେଇ ବିକାଶ କଥା ମନେ ପଡିଲା । କହି ତାତ୍ସଲ୍ୟ କଲେ । କୋରେଇବାସୀ ମନସ୍ଥିର କରିସାରିଛନ୍ତି । ଆଉ ବିଦେଶୀ ଶାସନକୁ ଯିବେନି । କୋରେଇବାସୀ ସ୍ୱାଭିମାନୀ, କାହାରି ଗୋଲାମୀ କରିବେ ନାହିଁ । କୋରେଇବାସୀ ଆଉ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବେ ନାହିଁ । ତାଙ୍କର ଜନ୍ମ ଯାଜପୁରରେ, ମୋର ଜନ୍ମ କୋରେଇରେ ଓ ବଢିଛଇ କୋରେଇରେ । ଯଦି ମୋ ବିରୋଧରେ ଲଢେଇ କରିବେ ସ୍ୱାଗତ କରିବି ବୋଲି କହିଛନ୍ତି ଆକାଶ ଦାସନାୟକ । ବନ୍ଧୁ ମିଳନରେ ବବି କହିଥିଲେ ମୋ ପାଇଁ ଯାଜପୁର ଦେବକୀ, କୋରେଇ ଯଶୋଦା ମାଆ । ମୋ ଜିତିବା ହାରିବା ବଡ ନଥିଲା । ମୋଘରକୁ ଫେରିବା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।