IAS ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟରେ IAS ସ୍ତରରେ ବଡ଼ଧରଣର ଅଦଳବଦଳ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରଯାଇଛି । ଗିରିଶ ଏସ୍ଏନ୍ଙ୍କୁ ମିଶନ ଶକ୍ତି ବିଭାଗରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସୁରେନ୍ଦ୍ର କୁମାର ମିନା SC/ST ବିକାଶ ବିଭାଗର ଅତିରିକ୍ତ ସଚିବ । ଏନ୍. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମର ଏମ୍ଡି ହୋଇଥିବା ବେଳେ ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।
ବିଏମସି କମିଶନର ଚଞ୍ଚଳ ରାଣାଙ୍କୁ ଅତିରିକ୍ତ ଦାୟିତ୍ୱ। ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡି ଦାୟିତ୍ୱ ଦିଆଯାଇଛି। ନିବେଦିତା ପୃଷ୍ଟି ବୟନିକାର ଏମ୍ଡି ଭାବେ ନିଯୁକ୍ତ କରାଯାଇଛି । ପ୍ରେମଜିତ୍ ନାୟକଙ୍କୁ ST ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବା ବେଳେ ଦୀପଙ୍କର ମହାପାତ୍ରଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ପ୍ରଣତି ଛୋଟରାୟଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଥିବା ବେଳେ ସଞ୍ଜୟ ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଓଏଏସ୍ ଅଧିକାରୀ କାହ୍ନୁ ଚରଣ ଧିରଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ମଧୁସ୍ମିତା ସାମଲଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଏବଂ ସଞ୍ଜୟ ବିଶ୍ୱାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।