କୂଅରେ ପଡ଼ି ଜଣେ ମୃତ
ବଡ଼ସାହି : ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ପଞ୍ଚାୟତର ମଧୁପୁର ଗ୍ରାମରେ ଜନୈକ ଛେଳି ଚରାଳି ମହାଦେବ ସିଂ (୬୦)ଙ୍କର କୂଅରେ ପଡ଼ି ମୃତୁ୍ୟ ହୋଇଥିବା ଜଣାଯାଇଛି । ମହାଦେବ ସବୁଦିନ ଭଳି ଆଜି ପୂର୍ବାହ୍ନରେ ଛେଳି ଚରାଇବା ପାଇଁ ଯାଇଥିଲେ । ନିକଟରେ ଥିବା ଏକ ଖୋଲା କୂଅରେ ଏକ ଛେଳି ପଡିଯାଇଥିଲା । ଉକ୍ତ ଛେଳିକୁ ଉଦ୍ଧାର କରିବା ପାଇଁ ଯାଇ ସେ ମଧ୍ୟ କୂଅରେ ପଡ଼ି ବୁଡ଼ି ଯାଇଥିଲେ । ମାତ୍ର ଛେଳି ରଡ଼ି ଛାଡ଼ିବାରୁ ନିକଟସ୍ଥ ଲୋକେ କୂଅରୁ ଛେଳିକୁ ବାହାର କରିଥିଲେ ମଧ୍ୟ ମହାଦେବ ସେଠାରେ ପଡ଼ିଥିବା ସେମାନେ ଜାଣି ପାରି ନଥିଲେ । ପରେ ତାଙ୍କୁ ଖୋଜାଖୋଜି କରି କୂଅରେ ବୁଡ଼ି ରହିଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ମହାଦେବଙ୍କୁ ଉଦ୍ଧାର କରିଥିଲେ ।