ବିଜେପି ଯୁବମୋର୍ଚ୍ଚାର ରଣହୁଙ୍କାର
କାକଟପୁର: ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ବିରୋଧ କରି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ମେଡିକାଲ ଛକ ଠାରେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି । ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ରଜନୀ ରାଜୁ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକାଠି ହୋଇ ଏହି ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଥିଲେ । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଏବେ ଦୁର୍ନୀତି, ଅତ୍ୟାଚାର, ଶିକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଲାଣି । ଏଠି ବିକାଶ ନାମରେ ଖାଲି ବିନାଶ ଚାଲିଛି । ଏହି ପରିପ୍ରେକ୍ଷୀରେ କାକଟପୁର ବିଜେପି ଯୁବମୋର୍ଚ୍ଚାର ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଏବଂ ଧାରଣା ଦିଆଯାଇଥିଲା । ଅଣଓଡିଆ ଶାସନ ବନ୍ଦ କରାଯାଉ, ୫ଟି ନାଁ ରେ ଆଉ କେତେ ଲୁଟିବ, କଲେଜ ଭିତ୍ତିଭୂମି ସୁଧୁରିବ କେବେ, ବିନା ପରୀକ୍ଷାରେ କେମିତି ନିଯୁକ୍ତି ଦେଇଛନ୍ତି ଏଭଳି ମହାଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଥିଲା । ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନେ୍ଦାଳନକୁ ଆହୁରି ତୀବ୍ର କରାଯିବା ସହ ଏହି ଅପାରଗ ସରକାରଙ୍କୁ ଉଚିତ୍ ଜବାବ ଦିଆଯିବ । ଅନ୍ୟମାନଙ୍କ ମଧ୍ୟରେ କାକଟପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ହିମାଂଶୁ ମୁଦୁଲି, ଜୀବନ ଜ୍ୟୋତି ସ୍ୱାଇଁ, ମୁନା ବେହେରା, ଯୁବନେତା ଚିନ୍ମୟ ମଲ୍ଲିକ, ସୁବ୍ରତ ସ୍ୱାଇଁ, ଜ୍ୟୋତି ବିନାୟକ ପ୍ରଧାନ, ରାକେଶ ବିଶ୍ୱାଳ, ଲଳିତ ରଥ, ଗଜପତି ଭୂୟାଁଙ୍କ ସମେତ ଶତାଧିକ ସଭ୍ୟମାନେ ଯୋଗ ଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
