ଦେଶୀ ମଦରେ କ’ଣ ଥାଏ, ଯାହା କରିଦିଏ ବିଷାକ୍ତ

ମଦ ପିଇବାକୁ ଭଲ ପାଉଥିବା ଲୋକମାନେ ସାରା ଦୁନିଆରେ ଅଛନ୍ତି । ତେବେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଭିନ୍ନ ଭିନ୍ନ ରହିଛି । କିଛି ଲୋକ ଇଂରାଜୀ ମଦ ପିଇବାକୁ ପସନ୍ଦ କରନ୍ତି । ହ୍ୱିସ୍କି, ରମ୍, ଭୋଡକା ସମେତ ଅନେକ ପ୍ରକାରର ହୋଇଥାଏ । ଏଥିସହିତ କିଛି ଲୋକ ଦେଶୀ ମଦ ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦେଶୀ ମଦ ବେଳେବେଳେ କାହିଁକି ବିଷାକ୍ତ ହୋଇଯାଏ ? ଆଜି ଆମେ ଆପଣଙ୍କୁ କହିବୁ ମଦ୍ୟପାନ ପଛର କାରଣ କ’ଣ ।
ସମଗ୍ର ବିଶ୍ୱରେ ମଦ୍ୟପାନ କରୁଥିବା ଲୋକଙ୍କ ଅଭାବ ନାହିଁ । ମଦକୁ ଭଲ ପାଉଥିବା ଲୋକ ସବୁଆଡେ ପାଇବେ । ଏମାନଙ୍କ ମଧ୍ୟରୁ କିଛି ଲୋକ ଦାମୀ ମଦ ପିଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଦେଶୀ ମଦ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗ୍ରାମୀଣ ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଲୋକମାନେ ଦେଶୀ ମଦ ପିଇଥାନ୍ତି। କାରଣ ଦେଶୀ ମଦ ଇଂରାଜୀ ମଦ ତୁଳନାରେ ବହୁତ ଶସ୍ତା ।