ଘରୋଇ କଳହ ପାଇଁ ପୋଲିସକୁ ହାଣି ଦେଲେ
ବିଞ୍ଝାରପୁରରୁ ଦେବ ପ୍ରସାଦ ସାହୁ: ବିଞ୍ଝାରପୁର ରେ ଘଟିଛି ଅଭାବନୀୟ ଘଟଣା | ପୁଲିସ କୁ ଧାରୁଆ ଅସ୍ତ୍ର ରେ ହାଣିଲା ମାନସିକ ବିକାରଗ୍ରସ୍ତ | ଲହୁଲୁହାଣ ଅବସ୍ଥା ରେ ଡାକ୍ତରଖାନାରେ ଭର୍ତ୍ତୀ ପୁଲିସ କର୍ମଚାରୀ | ବିଞ୍ଝାରପୁର ସାହୁ ସାହିରେ ଘରୋଇ କଳହ କୁ ନେଇ 112କୁ ହୋଇଥିଲା ଫୋନ | ଘଟଣା ସ୍ଥଳରେ 112ରେ ପୁଲିସ କର୍ମଚାରୀ ପହଂଚିବା ପରେ ପୁଲିସ ଉପରେ ଆକ୍ରମଣ କରିଥିଲା ମାନସିକ ବିକରାଗ୍ରସ୍ତ ଯୁବକ | ଏବେ ଯୁବକକୁ କାବୁ କରିବାକୁ ପୁରା ପୁଲିସ ଟିମ ଲାଗିପଡିଛି |