ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମାମଲା ଏଏସ୍ଆଇର ସତ୍ୟପାଠ
ସରିଲା ମରାମତି, ଗଣତି ମଣତି ପାଇଁ ଚାଲିଛି ଏସଓପି
କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଏବଂ ଗଣତି ମଣତି ସଂପର୍କିତ ଜନସ୍ୱାର୍ଥ ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ମରାମତି ପରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହେଉଛି । ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଡ଼ଭୋକେଟ ଜେନେରାଲ କୋର୍ଟକୁ ଅବଗତ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଣତି ମଣତି ନେଇ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ କହିଥିଲେ। ରତ୍ନଭଣ୍ଡାରର ରତ୍ନଅଳଙ୍କାରଗୁଡ଼ିକର ଡିଜିଟାଇଜେସନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।
Samir Kumar Rout