ପାଣ୍ଡିଆନଙ୍କୁ ଆହ୍ୱାନ ଦେଲେ କି ବବି ? ‘ଯାହାକଲେବି, ମୋତେ ନବୀନଙ୍କ ଠାରୁ ଦୂରେଇ ପାରିବନି’

Jajpur Politics

ପାଣ୍ଡିଆନଙ୍କୁ ଆହ୍ୱାନ ଦେଲେ କି ବବି ? ‘ଯାହାକଲେବି, ମୋତେ ନବୀନଙ୍କ ଠାରୁ ଦୂରେଇ ପାରିବନି’

ଭୁବନେଶ୍ୱର : ଯାଜପୁରରେ ଆୟୋଜିତ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସ କହିଛନ୍ତିଯେ, ଗତ ୪ ମାସ ଧରି ମିଡ଼ିଆରେ ଗୋଟିଏ ନାଁ, ବବି ଦାସ  । ଏହି ଗୋଟିଏ ଲୋକର ନାଁ ନେଲେ ଟିଆରପି ବଢ଼ିବ  । ମୋ ନେତା ଓ ମୋ ଦଳ ମୋତେ କିଛି କହୁନାହିଁ  । କିନ୍ତୁ ମିଡ଼ିଆ କେତେବେଳେ ମୋତେ ଦଳର ସର୍ବସ୍ୱ କରୁଛନ୍ତି ଆଉ କେତେବେଳେ ବାହାର କରିଦେଉଛନ୍ତି  । କାହିଁକି ଆପଣଙ୍କ ପୁଅକୁ ଏମିତି ଟାର୍ଗେଟ୍‌ କରୁଛନ୍ତି  । ସେମାନେ ଭାବୁଛନ୍ତି ୟାକୁ ଟାର୍ଗେଟ୍‌ କଲେ ସେ ଭାଙ୍ଗିପଡ଼ିବ  । ମୁଁ ହେଉଛି ଅଶୋକ ଦାସଙ୍କ ପୁଅ  । ମୋ ବାପା ବିଜୁବାବୁଙ୍କ ସହ ୨୯ ମାସ ଜେଲ୍‌ରେ ରହିଥିଲେ  । ମୁଁ ରାଜନୈତିକ ଆକ୍ରୋଶରେ ୪ ମାସ ଜେଲ୍‌ ଯିବାକୁ ରାଜି ଅଛି  । ତମେ ଯେତେ କୁତ୍ସାରଟନା କଲେବି ନବୀନଙ୍କ ଠାରୁ ଦୂରେଇ ରଖିପାରିବନି  । ନବୀନ ପଟ୍ଟନାୟକ ମୋ ପଛରେ ଅଛନ୍ତି  । କାହିଁକି ବବି ନେତା ହେଲା ? ଯାଜପୁରର ବିକାଶ କରିବା କ’ଣ ମୋର ଭୁଲ୍‌ ? ତମର ଯଦି ପାୱାର ଅଛି ତୁମେ କରୁନା  । ମୋତେ ମୋ ମା’ମାନେ ଓ ଭାଇମାନେ କହିଲେ ତୁ ଯାଇ ଓଡ଼ିଶା ପାଇଁ କାମ କର  । ମୁଁ ନବୀନ ପଟ୍ଟନାୟକ ପାଇଁ କାମ କଲି, ଦଳ ପାଇଁ କାମ କଲି  । ମୁଁ କୌଣସି କ୍ଷମତା ଚାହିଁଲିନି  । କେବଳ କହିଲି, ମୋର ପ୍ରାପ୍ୟ ବାବଦରେ ଯାଜପୁରର ବିକାଶ ଚାହୁଁଛି  । ନବୀନ ବାବୁ ସବୁ ସହଯୋଗ କଲେ  । ଯଦି ମୁଁ ଦୁର୍ନୀତି କରିଛି ମୋତେ ବାନ୍ଧ  । ଚାରିମାସ ହେଲାଣି ମୋତେ କାହିଁକି ବାନ୍ଧୁନ ବୋଲି ଆହ୍ୱାନ ଦେଇଥିଳେ  । ଯାଜପୁରର ବିକାଶ କରିବା ଯଦି ପାପ, ମୁଁ ହଜାରେ ପାପ କରିବି  ।