ବିୟର ଦର ବଢ଼ିବ

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ବିୟର ବୋତଲ/କେନ୍ ପିଛା ୧୦ ଟଙ୍କା ବଢ଼ିଥିଲା । ଜାନୁଆରୀ ମାସରୁ ବିୟର ପିଛା ପୁଣି ୧୦ ଟଙ୍କା ବଢ଼ାଇବେ । ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନ ଛାଡ଼ି ଦର ବଢ଼ିବା ଯାଏଁ ଚାପିଦେବା ଚକର୍ରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି । ଯାହା ଖବର ମିଳିଛି ମଦ ନିଗମ ପାଖରେ ୯ ଲକ୍ଷ ପେଟି ବିୟର ଗଚ୍ଛିତ ଅଛି । ଦର ବଢ଼ିଲେ ଏଥିରୁ ଅତି କମ୍ରେ ସରକାର ପାଖାପାଖି ୯୦ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ । ରାଜ୍ୟରେ ଦିନକୁ ଦିନ ବିୟରର ଚାହିଦା ବଢ଼ିବାରେ ଲାଗିଛି । ସରକାର ୧୫ ପ୍ରକାର ବିୟର ବିକ୍ରି କରୁଛନ୍ତି । ସେଥିରୁ କିଙ୍ଗ୍ଫିସ୍ର, ବଡ୍ଭାଇଜର୍ ଓ ମହାରାଣୀ ଗ୍ରାହକଙ୍କ ପ୍ରଥମ ପସନ୍ଦ । ଏହି ୩ଟି ବ୍ରାଣ୍ଡ ୮୫% ବିକ୍ରି ହେଉଥିବା ବେଳେ ବାକି ବିୟର ୧୫% ବିକ୍ରି ହେଉଛି । ବିଦେଶୀ ମଦ ଅପେକ୍ଷ ବିୟର ବିକ୍ରି ଅଧିକ ହେଉଥିବାରୁ ବିୟର ବୋତଲ ଓ କେନ୍ ପିଛା ୧୦ ଟଙ୍କା ବଢ଼ାଇବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି ।
ଗତ ସେପ୍ଟେମ୍ବର ମାସରେ ବିୟର ସିନା ୧୦ ଟଙ୍କା ବଢ଼ାଇଲେ, ହେଲେ ବୋତଲ ଓ କେନ୍ରେ ପୁରୁଣା ଦାମ୍ ରହିଥିଲା । ଏବେବି କିଛି ଦୋକାନରେ ପୁରୁଣା ଦାମ୍ ଲେଖାଥିବା ବିୟର ମିଳୁଛି । ଦାମ୍ ଦେଖି ବିୟର କିଣୁଥିବା ଗ୍ରାହକଙ୍କୁ ଅଧିକ ୧୦ ଟଙ୍କା ମାଗୁଥିବା ଦୋକାନୀ ପାଇଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଜାନୁଆରୀ ମାସରେ ପୁଣି ୧୦ ଟଙ୍କା ବଢ଼ାଇବେ ।