ବ୍ୟାପକ ଇଭି ବ୍ୟବହାର ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ରାଜ୍ୟର ଦ୍ରୁତ ଗତିରେ ବଢୁଥିବା ସହରଗୁଡ଼ିକରେ ନାଗରିକମାନଙ୍କୁ ବିଦୁ୍ୟତ୍ ଯାନ (ଇଭି) ର ବ୍ୟାପକ ବ୍ୟବହାର ଏବଂ ଏହା ଦ୍ୱାରା ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସେମାନଙ୍କର ଭୂମିକା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି । ସୋମବାର ଦିନ ଭୁବନେଶ୍ୱରଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡÿର ୪୨ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ ପରିବେଶ ସୁରକ୍ଷା ଏବଂ ନାଗରିକଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଡ଼. କମ୍ଭମପାଟି ମଧ୍ୟ କହିଛନ୍ତି ଯେ ରାଜଭବନର ସରକାରୀ କାରକେଡ୍କୁ ଇଭିରେ ରୂପାନ୍ତରିତ କରାଯାଇଛି ଯାହା କାର୍ବନକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି ଏବଂ ଅନ୍ୟମାନଙ୍କ ପାଇଁ ଅନୁସରଣ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି । ଘରେ ଘରେ ସୋଲାର ସିଷ୍ଟମ ସ୍ଥାପନ କରିବାକୁ ନାଗରିକମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏପରି ପଦକ୍ଷେପ କେବଳ ବିଦୁ୍ୟତ୍ ବିଲ୍ ହ୍ରାସ କରେ ନାହିଁ ବରଂ ସ୍ୱଚ୍ଛ ଶକ୍ତିକୁ ପ୍ରୋସôାହିତ କରିବ ଓ ଏଥି ପାଇଁ ନାଗରିକମାନେ ସମ୍ପୃକ୍ତ ଯୋଜନା ଅନୁଯାୟୀ ସରକାରୀ ସବସିଡିର ଲାଭ ମଧ୍ୟ ପାଇ ପାରିବେ ।
ଦ୍ରୁତ ଶିଳ୍ପାୟନ ଏବଂ ପରିବେଶଗତ ଦାୟିତ୍ୱକୁ ସନ୍ତୁଳିତ କରିବାରେ ଏକ ନିୟାମକ, ମାର୍ଗଦର୍ଶକ ଏବଂ ଅଂଶୀଦାର ଭାବରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡÿର ଚାରି ଦଶନ୍ଧିର ଯାତ୍ରାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଆଜିର ଦିବସଟି କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ଓଡ଼ିଶାର ପରିବେଶକୁ ସୁରକ୍ଷା ଦେବା ପାଇଁ ବୋର୍ଡର ସାମଗ୍ରିକ ଏବଂ ପ୍ରଗତିଶୀଳ ଆଭିମୁଖ୍ୟର ଏକ ଉସôବ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସ୍ଥାୟୀ ବିକାଶ ହାସଲ କରିବା ପାଇଁ ସାମୂହିକ ଦାୟିତ୍ୱ ଆବଶ୍ୟକ । ଏହି ଅବସରରେ ରାଜ୍ୟପାଳ ବୋର୍ଡର ୩ ଗୋଟି ୱେବସାଇଟ୍ ଏବଂ ପ୍ରକାଶନ ଉନ୍ମୋଚନ କରିଥିଲେ । ଏଥି ସହିତ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିବା ବେଳେ କୃତି ସଂସ୍ଥାଗୁଡିକୁ ପ୍ରଦୂଷଣ ନିୟନ୍ତ୍ରଣ ଉକôର୍ଷତା ଏବଂ ପ୍ରଶଂସା ପୁରସ୍କାର ପ୍ରଦାନ କରିଥିଲେ । ପ୍ରକୃତି ସଂରକ୍ଷଣ ଏବଂ ସବୁଜ ଉଦ୍ୟୋଗୀ ଭାବରେ ମହିଳାମାନଙ୍କୁ ସେମାନଙ୍କର ସଫଳତା ପାଇଁ ମଧ୍ୟ ରାଜ୍ୟପାଳ ସମ୍ମାନିତ କରିଥିଲେ ।