ବିଜେଡି ଛାଡି ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ହରିଶଙ୍କର

ବିଜେଡି ଛାଡି ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ହରିଶଙ୍କର

ବିଜେଡି ଛାଡିଲେ ହରିଶଙ୍କର । ଏବେ ବି ପାଣ୍ଡିଆନ୍ ବିଜେଡିକୁ କବଜା କରି ରଖିଛନ୍ତି । ଅଣଓଡିଆ ହୋଇ ଦଳକୁ ପରିଚାଳନା କରୁଛନ୍ତିି , ନବୀନ ଆଖିରେ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ  ଆଜି ଦଳର ଏ ସ୍ଥିତି । ନିର୍ବାଚନରେ ଲୋକେ ଜବାବ ଦେଇଛନ୍ତି । ନବୀନଙ୍କର ପାଣ୍ଡିଆନ୍ ପ୍ରୀତି ଯାଇନି ବୋଲି କହିଛନ୍ତି ହରିଶଙ୍କର ।  ବିଜେଡିରେ କୋଟରୀ ଗ୍ରୁପ୍ କାମ କରୁଛି । କିଛି ବରିଷ୍ଠ ନେତା ଅଛନ୍ତି । ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଥିବା କହିଛନ୍ତି ହରିଶଙ୍କର । ଏସବୁ ନେତା ମିଶି ପାଣ୍ଡିଆନଙ୍କ ଚାମଚା ସାଜିଥିବା କଥା ମଧ୍ୟ ସେ କହିିଛନ୍ତି ।