କଳାଯାଦୁର ଫାସ : ଦେଢ ବର୍ଷର ଝିଅକୁ ବଳି ଦେଇ କଲିଜା ଖାଇଲା ମାଆ
ଅନ୍ଧ ଦେଖିପାରେନି ସତ, ହେଲେ ଭଲ-ମନ୍ଦର ବିଚାର କରିପାରେ ନିଶ୍ଚୟ। କିନ୍ତୁ ଦେଖି ପାରୁଥିବା ଆଜିର ଆଧୁନିକ ସମାଜରେ ଏପରି କିଛି ଅନ୍ଧବିଶ୍ୱାସୀ ଅଛନ୍ତି, ଯେଉଁମାନେ କଳାଯାଦୁର ଫାସରେ ପଡ଼ି ନିଜର ବୁଦ୍ଧି, ବିଚାର ଆଉ ମଣିଷପଣିଆକୁ ହରାଇ ବସୁଛନ୍ତି। ଝାଡ଼ଖଣ୍ଡର ଜଣେ ମହିଳା ଠିକ୍ ଏପରି କିଛି କରିଛନ୍ତି। ମନ୍ତ୍ର ଜାଣିବା ପାଇଁ ନିଜର ଦେଢ଼ ବର୍ଷର ଝିଅକୁ ବଳି ଦେଇ ତା କଲିଜା ଖାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ଝାଡ଼ଖଣ୍ଡର ପାଲାମୁ ଅଞ୍ଚଳର ଗୀତା ଦେବୀ। ପୁଲିସ ତାଙ୍କୁ ଗିରଫ କରିବା ପରେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ସେ ପୁଲିସକୁ କହିଛନ୍ତି ଯେ, ତାଙ୍କର ତନ୍ତ୍ର-ମନ୍ତ୍ର ଶିଖିବାକୁ ଖୁବ୍ ଆଗ୍ରହ ଥିଲା। ଯଦି ସେ ତାଙ୍କ ସ୍ୱାମୀ ଓ ଝିଅକୁ ମାରି ଦିଅନ୍ତି, ତେବେ ମନ୍ତ୍ର ଶିଖିପାରିବେ ବୋଲି ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନ ଅନୁସାରେ ସେ ଝିଅକୁ ମାରିବାର ଯୋଜନା କରିଥିଲେ।